ବିଧାୟକ ପ୍ରଣବଳବନ୍ତ ରାୟଙ୍କୁ କ୍ଲିନ ଚିଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାଜପୁର କେଲୁଅ ନଦୀବନ୍ଧ ଭଙ୍ଗା ମାମଲାରେ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କୁ ମିଳିଲା କ୍ଲିନ ଚିଟ । ଅନ୍ୟ ଅଭିଯୁକ୍ତ ଇଞ୍ଜିନିୟରଙ୍କୁ ବି ମିଳିଲା କ୍ଲିନ ଚିଟ । ଭିଜିଲାନ୍ସ ତଦନ୍ତ ଆଧାରରେ କ୍ଲିନଚିଟ୍ ଦେଲେ ଲୋକାୟୁକ୍ତ ।

ସୂଚନା ଅନୁଯାୟୀ, ୨୧.୯୯ କୋଟି ଟଙ୍କା ବ୍ୟୟରେ ଯାଜପୁର କେଲୁଅ ନଦୀବନ୍ଧ କାମ କରିଥିଲା ପୂର୍ତ୍ତ ବିଭାଗ । ଯାହାକୁ ବିଧାୟକ ପ୍ରଣବ ବଳବନ୍ତ ରାୟ ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ପରେ ତଦନ୍ତ କରାଯାଇ ବିଧାୟକଙ୍କ କ୍ଲିନ ଚିଟ୍ ଦେଇଛନ୍ତି ଲୋକାୟୁକ୍ତ । ଫରେନ୍ସିକ ରିପୋର୍ଟରୁ ବି ରାସାୟନିକ ପଦାର୍ଥ ପ୍ରୟୋଗ ପ୍ରମାଣ ପାଇନି ଭିଜିଲାନ୍ସ ।