fbpx

ପିଲାମାନଙ୍କ ସହ ଭୁଲ ବୁଝାମଣାକୁ ଏପରି ଠିକ୍ କରନ୍ତୁ

ଓଡ଼ିଶା ଭାସ୍କର: ଆଜିକାଲି ଉଭୟ ଦମ୍ପତ୍ତି କର୍ମଜୀବୀ ହୋଇଥିବାରୁ ପିଲାମାନଙ୍କୁ ବେଶି ସମୟ ଦେଇପାରୁ ନାହାଁନ୍ତି । ଫଳରେ ପିଲାମାନେ ଚିଡ଼ଚିଡ଼ା ପ୍ରକୃତିର ହେବା ସହ ଶୀଘ୍ର କ୍ରୋଧିତ ହୋଇଯାଉଛନ୍ତି । ଏହା ମାତା ପିତା ଓ ସନ୍ତାନମାନଙ୍କ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି କରିଥାଏ । ଅଧିକାଂଶ ସମୟରେ ପିଲାମାନେ ଏକୁଟିଆ ରହୁଥିବାରୁ ବିଭିନ୍ନ ସୋସିଆଲ ମିଡ଼ିଆର ସାହାରା ନେଇଥାନ୍ତି । ପରେ କଥାବାର୍ତ୍ତା ଅଭାବରୁ ସନ୍ତାନ ଓ ମାତା ପିତାଙ୍କ ସମ୍ପର୍କ ମଧ୍ୟରେ ଦୂରତା ଦେଖାଦେଇଥାଏ । ଆଜିକାଲି ପିଲାମାନଙ୍କ ମନୋଭାବ ବୁଝିବା ମାତା ପିତାଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଯାଇଛି । ତେବେ ପିଲାମାନଙ୍କୁ ବୁଝିବା ପାଇଁ ଏହି ସବୁ ଟିପ୍ସ ଆପଣାନ୍ତୁ:

୧. କମ୍ପେ୍ଲକ୍ସ ଇମୋସନ୍ସ: ଆଜିକାଲିର ପିଲାମାନେ ଅନେକ ପ୍ରକାର ଇମୋସନ୍ସ ଦେଇ ଗତି କରିଥାନ୍ତି । ବିଭିନ୍ନ ଗାଜେଟ୍ସ ଓ ସୋସିଆଲ ମିଡ଼ିଆ ଏମାନଙ୍କ ଜୀବନକୁ ଆହୁରି ଜଟିଳ କରିଦେଇଛି । ଏଭଳି ସ୍ଥିତିରେ ନିଜ ପିଲାମାନଙ୍କୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ । ସେମାନଙ୍କ ସହ ଗୁଣାତ୍ମକ ସମୟ ବିତାନ୍ତୁ । କଥାବାର୍ତ୍ତା ହୋଇ ବୁଝିବା ପାଇଁ ଚେଷ୍ଟା କରନ୍ତୁ ।

୨. ସ୍ୱତନ୍ତ୍ରତା: ସବୁବେଳେ ପିଲାମାନଙ୍କ ଉପରେ ନଜର ରଖନ୍ତୁ ନାହିଁ । ଏହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଆଜିକାଲିର ପିଲାମାନଙ୍କୁ ପ୍ରାଇଭେସି ଲୋଡ଼ା । ପ୍ରତି କଥାରେ ସେମାନଙ୍କୁ ଅଟକାଇବା ଉଚିତ ନୁହେଁ । ଆବଶ୍ୟକ ହେଲେ ଆରାମରେ ବୁଝାଇପାରିବେ । ତେଣୁ ସେମାନଙ୍କୁ ଟିକେ ସହଯୋଗ କରିବା ପାଇଁ ଚେଷ୍ଟା କରନ୍ତୁ । ସ୍ୱତନ୍ତ୍ରତା ଦେବା ସହ ସେମାନଙ୍କ ପାଇଁ ଧାର୍ଯ୍ୟ ସୀମା ନିର୍ଦ୍ଧାରିତ କରିପାରିବେ ।

୩. ଭିନ୍ନ ସ୍ୱାଭାବ: ପ୍ରତ୍ୟେକ ବ୍ୟକ୍ତି ଭିନ୍ନ ସେହିପରି ସେମାନଙ୍କ ସ୍ୱଭାବ ମଧ୍ୟ ଭିନ୍ନ । ଦୁନିଆରେ କେହି ବି ପରଫେକ୍ଟ ନଥାନ୍ତି । ତେଣୁ ପିଲାମାନଙ୍କୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ । ଏଭଳି ସ୍ଥିତିରେ ପିଲାମାନେ ଆପଣଙ୍କ ଠାରୁ ଦୂରେଇଯିବାର ସମ୍ଭାବନା ରହିଛି । ସେମାନଙ୍କ ପ୍ରତିଭାକୁ ଚିହ୍ନଟ କରି ସେଥିରେ ଅଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରନ୍ତୁ ।

୪. ଷ୍ଟ୍ରେସ୍‌: ଆଜିକାଲି ପିଲାମାନଙ୍କ ମଧ୍ୟରେ ଷ୍ଟ୍ରେସ୍ ଏବଂ ଏଙ୍ଗ୍‌ଜାଇଟି ସାଧାରଣ କଥା । ତେଣୁ ସେମାନଙ୍କୁ ଇଗନୋର କରନ୍ତୁ ନାହିଁ । ସେମାନଙ୍କ ସହ କଥାବାର୍ତ୍ତା କରନ୍ତୁ ଏବଂ ସହଯୋଗ କରିବା ପାଇଁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ପିଲାମାନେ ଚିନ୍ତାମୁକ୍ତ ରହିବା ସହ ଆପଣଙ୍କ ସହ ସବୁ କଥା ଶେୟାର କରିବେ । ଏହା ସନ୍ତାନ ଏବଂ ମାତା ପିତାଙ୍କ ସମ୍ପର୍କ ଦୃଢ଼ କରିଥାଏ ।

Get real time updates directly on you device, subscribe now.