Viral Video: ଫେରିଗଲେ ଯମଦୂତ; ରାସ୍ତାରେ ମୋବାଇଲ ବ୍ୟବହାର କରିବା ପଡ଼ିଥାନ୍ତା ଏହି ଦଶଜଣଙ୍କ ପାଇଁ ମହଙ୍ଗା

ମୋବାଇଲ୍ ଆଜିକାଲିର ସମୟରେ ପ୍ରତ୍ୟେକ ଲୋକଙ୍କର ଏକ ପ୍ରମୁଖ ଅଙ୍ଗ ପାଲଟି ଗଲାଣି । ମୋବାଇଲ ଦ୍ୱାରା ଆଜି ମଣିଷ ସବୁକିଛି କରିପାରୁଛି । ମଣିଷ ଖାଦ୍ୟ ବିନା ବଞ୍ଚିପାରିବ, ମାତ୍ର ମୋବାଇଲ ବିନା ନୁହେଁ । ଆପଣମାନେ ଜାଣନ୍ତି କି, ସାମାନ୍ୟ ବ୍ୟତିକ୍ରମ ହେଲେ ଏହି ମୋବାଇଲ ଆପଣଙ୍କ ପାଇଁ କେତେ ଘାତକ ହୋଇପାରେ । ମୋବାଇଲ ବ୍ୟବହାର କରିବା ସମୟରେ ସାମାନ୍ୟ ଅନ୍ୟମନସ୍କତା ଆପଣଙ୍କ ଜୀବନ ବି ନେଇପାରେ । ମଣିଷ ଏକ ସମୟରେ କେବଳ ଗୋଟିଏ ମାତ୍ର କାର୍ଯ୍ୟ କରିପାରିବ । ଏକ ସଙ୍ଗରେ ଦୁଇ ବା ତିନୋଟି କାର୍ଯ୍ୟ କରି ମଣିଷ ନିଜକୁ ବିଜେତା ଭାବେ ପ୍ରମାଣିତ କରିବାକୁ ଚେଷ୍ଟା କରେ, ଯାହା ମଣିଷର ଅପରିଣାମଦର୍ଶିତା ଅଟେ । ଯଦି କେହି ବେଖାତିର ଭାବରେ ଏକ ସମୟରେ ଏକାଧିକ କାର୍ଯ୍ୟ କରିବାକୁ ଚେଷ୍ଟା କରେ, ତାହା ନିଶ୍ଚିତ ଭାବେ ବିପଦପୂର୍ଣ୍ଣ ହୋଇପାରେ । ଆସନ୍ତୁ ନଜର ପକାଇବା ଏପରି କିଛି ଭିଡିଓ ଉପରେ, ଯାହା ମାଧ୍ୟମରେ ଆପଣମାନେ ଜାଣିପାରିବେ ମୋବାଇଲର ଭୟଙ୍କର ପରିଣାମ ବିଷୟରେ ।
୧- ଜଣେ ଯୁବକ ସାଇକେଲ ଚଳାଇବା ସହ ମୋବାଇଲ ବ୍ୟବହାର କରୁଛନ୍ତି

 

View this post on Instagram

 

A post shared by WASTED (@wasted)

୨- ମୋବାଇଲରେ କଥା ହେବା ସମୟରେ ଅନ୍ୟମନସ୍କ

 

View this post on Instagram

 

A post shared by TRAVEL WITH ME? (@exploregasims)


୩- କୌଣସି ସ୍ଥାନକୁ ଚାଲି ଚାଲି ଯିବା ସମୟରେ ମୋବାଇଲ ବ୍ୟବହାର କରିବା ବିପଦ

୪- କୌଣସି କାର୍ଯ୍ୟ କରିବା ସମୟରେ ମୋବାଇଲ ବ୍ୟବହାର କରିବା ଅନୁଚିତ

 

View this post on Instagram

 

A post shared by OMG (@sirfmusic)

୫- ଯୁବକ ଏକ ସମୟରେ ଦୁଇଟି କାର୍ଯ୍ୟ କରୁଛନ୍ତି

୬- ମୋବାଇଲ ବ୍ୟବହାର କରୁଥିବା ସମୟରେ ଜଣେ ମହିଳା ମଲରେ ତଳେ ପଡ଼ିଗଲେ

୭- ମୋବାଇଲ ବ୍ୟବହାର କରି ଚାଲୁଥିବା ସମୟରେ ଜଣେ ଯୁବକଙ୍କ ଷ୍ଟାଣ୍ଡ ସହିତ ଧକ୍କା

୮- ମୋବାଇଲରେ କଥା ହୋଇ ଅନ୍ୟମନସ୍କ ହୋଇ ଚାଲୁଥିବା ସମୟରେ ଯୁବକ ଏକ ଗାଡ଼ି ସହିତ ଧକ୍କା ହୋଇଛନ୍ତି

୯- ମୋବାଇଲରେ କଥା ହୋଇ ଚାଲୁଥିବା ବେଳେ ଜଣେ ମହିଳାଙ୍କୁ ଗୋଟିଏ ଷଣ୍ଢ ଆକ୍ରମଣ କରି କଚାଡ଼ି ଦେଲା

୧୦- ମୋବାଇଲ ବ୍ୟବହାର କରି ମହିଳା ଅନ୍ୟମନସ୍କ ଭାବେ ଏକ ଲିଫ୍ଟର ମରଣଯନ୍ତାରେ ଫସିଗଲେ