fbpx

ପୋଷାକ ପିନ୍ଧିବାକୁ ନେଇ ଲଗାଯିବ କଟକଣା: ସରକାରଙ୍କ ଭାବନାକୁ ଦୃଷ୍ଟିରେ ରଖି ମାନିବାକୁ ପଡିବ ଏହି ନିୟମ

ନୂଆଦିଲ୍ଲୀ: ସାଧାରଣତଃ ସରକାର ସ୍କୁଲ ଏବଂ କଲେଜ ଗୁଡ଼ିକରେ ୟୁନିଫର୍ମ ପ୍ରଚଳନ କରିଛନ୍ତି । କିଛି ଦିନ ତଳେ ବହୁ ମନ୍ଦିର ଗୁଡିକରେ ମଧ୍ୟ ପୋଷାକକୁ ନେଇ ଅନେକ କଟକଣା ଜାରି ହୋଇଥିଲା । ହେଲେ ଏହାରି ମଧ୍ୟରେ ଚୀନ ସରକାର ଅଜବ ଧରଣର ଆଇନ ଲଗାଇବା ଦେଖିବାକୁ ମିଳୁଛି । ଖୁବଶୀଘ୍ର ଚୀନରେ ଭଗବାନଙ୍କୁ ଅପମାନିତ କରୁଥିବା ପୋଷାକ ବେଆଇନ ଭାବେ ଘୋଷଣା କରାଯିବ । ଏହାକୁ ଯଦି କେହି ଅମାନ୍ୟ କରେ ତେବେ ତାକୁ ଜେଲ ଦଣ୍ଡ ଭୋଗିବାକୁ ପଡିବ ।

ବିବିସି ରିପୋର୍ଟ ଅନୁଯାୟୀ, ଚୀନ ଦେଶର ବିଧାନ ପରିଷଦ ଏକ ନିୟମ ସଂଶୋଧନର ଏକ ଚୁକ୍ତି ଜାରି ରଖିଛନ୍ତି । ପ୍ରସ୍ତାବିତ ଆଇନରେ କୁହାଯାଇଛି ଯେ, ପୋଷାକ ବା କଥାବାର୍ତ୍ତା ସହିତ ବହୁ ପ୍ରକାର ବ୍ୟବହାର ଉପରେ ରୋକ ଲଗାଯାଇଛି । ଯାହା ଚୀନର ଲୋକଙ୍କ ଭାବନା ପାଇଁ ହାନିକାରକ ଅଟେ ଏବଂ ତାଙ୍କ ଭାବନାକୁ ଆଘାତ ପହଁଚାଉଛି ।

ବର୍ତ୍ତମାନ ଚୀନ ସଂସଦ ଏହା ସ୍ପଷ୍ଟ କରିନାହିଁ ଯେ, ନୂଆ ନିୟମ ଆସିବା ପରେ କେଉଁ ପ୍ରକାର ପୋଷାକ ଉପରେ ପ୍ରତିବନ୍ଧକ ଲାଗିବ । ଏଥି ସହ ଭଗବାନଙ୍କୁ ଆଘାତ ପହଁଚାଉଥିବା ଲୋକଙ୍କୁ କେତେ ପରିମାଣରେ ଦଣ୍ଡ ଦିଆଯିବ ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ । ବିବିସି ରିପୋର୍ଟ ଅନ୍ୟୁାୟୀ, ଏହି ଆଇନକୁ ଲାଗୁ କରାଯିବା ପରେ ପୋଷାକ ଜରିଆରେ ଚୀନ ସରାକାରଙ୍କ ଭାବନାକୁ ଆଘାତ ପହଁଚଉଛି ତେବେ ସେହି ବ୍ୟକ୍ତିକୁ ୧୫ ଦିନ ପାଇଁ ରିମାଣ୍ଡରେ ନିଆଯିବା ସହ ୫,୬୮୭ଟଙ୍କା ଜରିମାନା ଲଗା ଯାଇପାରେ ।

Get real time updates directly on you device, subscribe now.