fbpx

ତଳେ ବାଦଲ, ଉପରେ ପୋଲ….ଦେଖନ୍ତୁ ଦୁନିଆର ସବୁଠୁ ଉଚ୍ଚତମ ବ୍ରିଜ୍, ଫଟୋ ଦେଖି କହିବେ ବାଃ ବାଃ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଉଚ୍ଚତମ ଜମ୍ମୁ-କାଶ୍ମୀରର ଚିନାବ ନଦୀ ଉପରେ ନିର୍ମାଣ ହେଉଛି । “ଚିନାବ ବ୍ରିଜ୍” ନାମରେ ପ୍ରସିଦ୍ଧ ଏହି ବ୍ରିଜ୍ ଚଳିତ ବର୍ଷ ଡିସେମ୍ବର ମାସ ଆଡ଼କୁ ରେଳ ଯାତାୟାତ ପାଇଁ ଚାଲୁ ହୋଇପାରେ । ଚାଲୁ ହେବା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବ୍ରିଜ୍ ର ଫଟୋ ନିଜର ଟୁଇଟର୍ ହ୍ୟାଣ୍ଡେଲରେ ସେୟାର୍ କରିଛନ୍ତି । ଫଟୋଟିକୁ ସେୟାର୍ କରି ମନ୍ତ୍ରୀ କ୍ୟାପସନ୍ ରେ ଲେଖିଛନ୍ତି ଯେ, “ବାଦଲ ଉପରେ ଦୁନିଆର ସବୁଟୁ ଉଚ୍ଚ ଆର୍କ ଚିନାବ ବ୍ରିଜ୍” ।

ଫଟୋରେ ବ୍ରିଜ୍ ର ଏକ ଶାନଦାର୍ ଦୃଶ୍ୟ ଦେଖିବାକୁ ମିଳିଛି । ଏହାର ଉଚ୍ଚତା ଏତେ ଯେ, ବାଦଲକୁ ବି ଏହାର ତଳକୁ ଆସିଯାଇଛି । ଚିନାବ ନଦୀ ଉପରେ ନିର୍ମାଣ ହେବାକୁ ଯାଉଥିବା ଏହି ବ୍ରିଜ୍ ର ଉଚ୍ଚତା ଭୂମିଠାରୁ ୩୫୯ ମିଟର୍ । ବ୍ରିଜ୍ ଟିକୁ ଜମ୍ମୁ-କାଶ୍ମୀରର ରିୟାସୀ ଜିଲ୍ଲାରେ କଟରା-ବନିହାଲ୍ ରେଳଖଣ୍ଡରେ ୨୭ହଜାର ୯୪୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି ।

ବ୍ରିଜ୍ ର ମୁଖ୍ୟ ଆର୍କ ସହିତ ୧୩୧୫ ମିଟର୍ ଲମ୍ବା ତିଆରି କରିବାକୁ ଡିଜାଇନ୍ କରାଯାଇଛି । ଏହି ବ୍ରିଜର ନିର୍ମାଣ କୋଙ୍କଣ ରେଲୱେ କର୍ପୋରେସନ୍ ଲିମିଟେଡ୍(କେଆରସିଏଲ୍) ଉଧମପୁର-ଶ୍ରୀନଗର-ବାରାମୁଳା ରେଳ ଲିଙ୍କ୍ ପରିଯୋଜନା ଅଧୀନରେ କରାଯାଉଛି । ଏହି ଘାଟି ଦେଶର ଅନ୍ୟାନ୍ୟ ଅଂଶରେ ଥିବା ରେଳବାଇ ସହିତ ସଂଯୋଗ ହେବ ।

ଜାଣିଥାନ୍ତୁ ଯେ, ଏହି ଖାସ୍ ବ୍ରିଜର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ବିଶେଷତା ହେଉଛି ଯେ, ଏହାକୁ ଯେଉଁ ଷ୍ଟ୍ରକ୍ଚୁରାଲ୍ ଷ୍ଟିଲ ଦ୍ୱାରା ତିଆରି କରାଯାଉଛି ତାହା ମାଇନସ୍ ୧୦ ଡିଗ୍ରୀ ସେଲସିୟସ୍ ରୁ ୪୦ ଡ୍ରିଗୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରାକୁ ସମ୍ଭାଳିପାରିବ । ଅର୍ଥାତ୍ ଜମ୍ମୁ-କାଶ୍ମୀରର ପାଣିପାଗ ଏହି ବ୍ରିଜ୍ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

Get real time updates directly on you device, subscribe now.