fbpx

ପୁଣି ଚିନ୍ତା ବଢାଇଲାଣି କରୋନା: ସ୍କୁଲ ପାଇଁ ନୂଆ SOP ଜାରି କଲେ ମୁଖ୍ୟମନ୍ତ୍ରୀ କେଜରିୱାଲ

ନୂଆଦିଲ୍ଲୀ: ରାଜଧାନୀରେ ଏବେ ପୁଣି କାୟା ମେଲାଇଲାଣି କରୋନା । ଏହି ସମୟରେ ଆଗକୁ ପିଲାମାନଙ୍କ ଭବିଷ୍ୟତ ଏବଂ ପାଠପଢାକୁ ନେଇ ପୁଣି ଆଲୋଚନା ଆରମ୍ଭ ହୋଇଗଲାଣି । ତେବେ ଏ ପ୍ରସଙ୍ଗରେ ନୂଆ SOP ଜାରି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ତେବେ କଟକଣା ଭିତରେ ହେଲେ ବି ସ୍କୁଲ ଜାରି ରହିବ । ସ୍କୁଲ ବନ୍ଦ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନୂଆ SOP ଅନୁଯାୟୀ, ପିଲାମାନେ ଏବେ ସେମାନଙ୍କ ଲଞ୍ଚ ବକ୍ସ କିମ୍ବା ସେମାନଙ୍କ ବହି ଅଦଳବଦଳ କରିପାରିବେ ନାହିଁ । ଏଥି ସହିତ ପିଲାମାନଙ୍କର ଥର୍ମାଲ ସ୍କାନିଂ ବିନା ସ୍କୁଲ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳି ପାରିବ ନାହିଁ । ଏ ନେଇ ଆଜି ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ତେବେ କରୋନାରେ ସଂକ୍ରମିତ ହୋଇଥିଲେ ପିଲାମାନଙ୍କୁ ସ୍କୁଲ ନ ପଠାଇବାକୁ ନିବେଦନ କରାଯାଇଛି ।

 ସ୍କୁଲରେ ପିଲାମାନେ ଲଞ୍ଚ ବକ୍ସ କିମ୍ବା ବହି ଅଦଳବଦଳ କରିପାରିବେ ନାହିଁ ।
 ଥର୍ମାଲ ସ୍କାନିଙ୍ଗ ବିନା ପିଲାମାନଙ୍କୁ କିମ୍ବା କର୍ମଚାରୀଙ୍କୁ ସ୍କୁଲରେ ପ୍ରବେଶ ଅନୁମତି ମିଳିପାରିବ ନାହିଁ ।
 ଛାତ୍ରଛାତ୍ରୀଙ୍କର ପ୍ରତ୍ୟେକ ଦିନ ହେଲଥ ଚେକଅପ କରାଯିବ ।
 ସ୍କୁଲରେ ଏକ ଅଲଗା କ୍ୱାରାଣ୍ଟାଇନ ରୁମ ତିଆରି କରାଯିବ ।
 ବୟସ ଅନୁସାରେ ସମସ୍ତ ଛାତ୍ରଛାତ୍ରୀଙ୍କ ଟୀକାକରଣ ବାଧ୍ୟତାମୂଳକ କରାଯାଇଛି ।
 ସ୍କୁଲକୁ ପ୍ରବେଶ କିମ୍ବା ପ୍ରସ୍ଥାନ ସମୟରେ କୌଣସି ଭିଡ ନ ଜମାଇବା ପାଇଁ ଧ୍ୟାନ ଦିଆଯିବ ଏବଂ ଏଥିପାଇଁ ସ୍କୁଲରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।

Get real time updates directly on you device, subscribe now.