ମମତା ବାନାର୍ଜୀଙ୍କ ମୁଣ୍ଡରେ ଲାଗିଲା ଶକ୍ତ ଆଘାତ: କୋଲକତା ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଆସିଛି ଏକ ବଡ଼ ଖବର । ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ତାଙ୍କ ମୁଣ୍ଡରୁ ରକ୍ତ ଝରୁଥିଲା । ତେଣୁ ଚିକିତ୍ସା ପାଇଁ ତାଙ୍କୁ କୋଲକତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ମମତାଙ୍କ ମୁଣ୍ଡରେ ବଡ଼ଧରଣର ଆଘାତ ଲାଗିବା କାରଣରୁ ରକ୍ତ ଝରୁଥିଲା । ତେଣୁ ଚିକିତ୍ସା ନିମନ୍ତେ ତାଙ୍କୁ କୋଲକତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ମମତାଙ୍କ ମୁଣ୍ଡରୁ ରକ୍ତ ଝରୁଥିବା ନେଇ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ଟ୍ରେଡ ମିଲ କରୁଥିବା ସମୟରେ ଅଚାନକ ତଳେ ପଡ଼ି ଯାଇଥିଲେ । ଏହାପରେ ଅଭିଷେକ ବାନାର୍ଜୀ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ ।

Get real time updates directly on you device, subscribe now.