fbpx

‘ସେମାନେ ମୋ ପାଖକୁ ନିଜେ ଇସ୍ତଫା ଦେବାକୁ ଆସିଥିଲେ..’, ପୋଲିସ କମିଶନରଙ୍କୁ ନେଇ ସିଏମ ମମତା ବାନାର୍ଜୀଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ଖୁଲାସା କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଗତ ସପ୍ତାହରେ କୋଲକାତା ପୋଲିସ କମିଶନର ନିଜେ ମୋ ପାଖକୁ ଇସ୍ତଫା ଦେବା ଲାଗି ଆସିଥିଲେ। ହେଲେ ଦୁର୍ଗା ପୂଜାର ସମୟ ପାଖରେ ଅଛି। ଏହି କାରଣରୁ ଆଇନ ବ୍ୟବସ୍ଥାର ସ୍ଥିତି କାରଣରୁ ମୁଁ ସେମାନଙ୍କୁ ଅଟକାଇ ଦେଇଥିଲି। ତେବେ ଆର ଜି କର କଲେଜ ହସ୍ପିଟାଲରେ ହୋଇଥିବା ଅତ୍ୟାଚାର ପରଠାରୁ ଲଗାତାର ପୋଲିସ କମିଶନରଙ୍କ ଇସ୍ତଫା ଦାବି ବଢିବାରେ ଲାଗିଛି।

ସୋମବାର ଦିନ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ବୈଠକ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଦୁର୍ଗାପୂଜାର ସମୟ ପାଖେଇ ଆସୁଛି। ଏହି କାରଣରୁ ଆମକୁ ସତର୍କ ରହିବାକୁ ପଡିବ। ଧର୍ମ ବ୍ୟକ୍ତିଗତ ଅଟେ କିନ୍ତୁ ପାର୍ବଣ ସମସ୍ତଙ୍କର ଅଟେ। ଆମ ପାଇଁ ଦୁର୍ଗା ପୂଜା ସବୁଠାରୁ ବଡ ପର୍ବ। ଏଥିରେ ବଙ୍ଗଳାକୁ ବଦନାମ କରିବାର କୌଣସି ଷଡଯନ୍ତ୍ର ନ ହେବା ଆବଶ୍ୟକ। କିଛି ଟିଭି ଚ୍ୟାନେଲ ଟିଆରପି ପାଇଁ ଲୋକଙ୍କୁ ଉତ୍ତେଜିତ କରୁଛନ୍ତି। କିଛି ଲୋକେ ରାଜ୍ୟରେ ନିଆଁ ଲଗାଇବାକୁ ଚାହୁଁଛନ୍ତି।

Get real time updates directly on you device, subscribe now.