fbpx

ପଶ୍ଚିମବଙ୍ଗରେ କୋଟିଏ ଲୋକ ପ୍ରଭାବିତ, ଭାଙ୍ଗିଛି ୩ ଲକ୍ଷ ଘର: ମମତା

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ୟଶ୍ ଯୋଗୁଁ ପ୍ରାୟ କୋଟିଏ ଲୋକ ପଶ୍ଚିମବଙ୍ଗରେ ପ୍ରଭାବିତ ହୋଇଛନ୍ତି । ସେହିପରି ୩ ଲକ୍ଷ ଘର ଭାଙ୍ଗି ଯାଇଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ । ସେହିପରି ଉଦ୍ଧାର କାର୍ଯ୍ୟ କରାଯାଇଥିଲେ ମଧ୍ୟ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟର ପ୍ରଭାବିତ ଅଞ୍ଚଳକୁ ଦଶ କୋଟିର ରିଲିଫ୍ ସାମଗ୍ରୀ ପଠାଯାଇଛି ବୋଲି ମମତା କହିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ତଥା ଧାମରା ନିକଟବର୍ତ୍ତୀ ସ୍ଥଳଭାଗରେ ବାତ୍ୟା ୟଶ୍ ହିଟ୍ ହୋଇଥିବାବେଳେ ଏହାର ପ୍ରଭାବ ସରିଆସିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି ।

ପଶ୍ଚିମବଙ୍ଗ:

ରିସୋର୍ଟ ଟାଉନ୍ କୁହାଯାଉଥିବା ପୂର୍ବ ମେଦିନାପୁରର ଦିଘାରେ ୟଶ୍ ବଡ଼ ତାଣ୍ଡବ ରଚିଛି । ଓଡ଼ିଶାର ବାଲେଶ୍ୱର ସୀମା ସହ ସଂଯୁକ୍ତ ଉକ୍ତ ସହରରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେନାବାହିନୀଙ୍କୁ ଅନୁରୋଧ କରାଯାଇଥିବା ଜଣାପଡ଼ିଛି । ଏଥିସହ ଦିଘା ନିକଟବର୍ତ୍ତୀ ବେଳାଭୂମିରେ ଥିବା ମନ୍ଦାରମଣି, ତାଜପୁର ଓ ଶଙ୍କରପୁର ଆଦି ରିସୋର୍ଟଗୁଡ଼ିକରେ ସମୁଦ୍ର ଜଳ ଲହଡ଼ି ଭାଙ୍ଗୁଥିବାବେଳେ ହୋଟେଲଗୁଡ଼ିକ ଭିତରୁ ସମୁଦ୍ର ଓ ବର୍ଷା ଜଳ ପଶିଯାଇଥିଲା । ସେହିପରି ରାସ୍ତାରେ ମଧ୍ୟ ଖୁବ୍ ଉଚ୍ଚରେ ପାଣି ବୋହୁଥିଲା ଏବଂ ଦୁଇପାଶ୍ୱର୍ରେ ରହିଥିବା ଦୋକାନ ଓ ଘରଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା ।

Cyclone Yaas impact on WB_PTI #OdishaBhaskar copy

ଏଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ସେନା ମୁତୟନ ହୋଇଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ଅନୁରୂପ ଭାବେ ହାୱଡ଼ା ଜିଲ୍ଲାର ଅରଫୁଲିରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି । ଅନୁରୂପ ଭାବେ ୨୭ ପ୍ରଗଣା ଜିଲ୍ଲାର କାକଦ୍ୱୀପ, ପ୍ରସେରଗଞ୍ଜ, ଗୋସବା ଓ ମାଇପୀଠ ଆଦି ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ପ୍ରବଳ ବେଗରେ ପବହ ବୋହିବା କାରଣରୁ ଅନେକ କଚ୍ଚା ଘର ଉଡ଼ିଯାଇଛି ଓ ଅଧିକାଂଶ ଜଳମଗ୍ନ ହୋଇପଡ଼ିଛି । ପୂର୍ଣ୍ଣମୀରେ ସାଧାରଣତଃ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ଅଶାନ୍ତ ରହିଥାଏ । ଏଭଳି ବେଳାରେ ବାତ୍ୟାର ତାଣ୍ଡବ ଆହୁରି ଶକ୍ତିଶାଳୀ ହୋଇଯାଇଥିଲା ବୋଲି ଅନେକ ମତ ଦେଇଛନ୍ତି । ସେପଟେ ସାଗର ଦ୍ୱୀପ ବେଳାଭୂମିରେ ରହିଥିବା କପିଳ ମୁନି ମନ୍ଦିର ନିକଟରେ ପ୍ରାୟ ୫ ଫୁଟର ଜଳସ୍ରୋତ ରହିଥିଲା ବୋଲି କୁହାଯାଇଛି । ସରକାରୀ ସୂତ୍ର ଅନୁସାରେ କେତେକ ମାଛଧରା ବୋଟ୍ ଓ ଅନ୍ୟ ସାମଗ୍ରୀ ଧ୍ୱଂସ ହୋଇଯାଇଛି । ଏଭଳି ସ୍ଥିତିରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବା ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଆକଳନ କରାଯାଇଛି ।

ଝାଡ଼ଖଣ୍ଡ:

ବାତ୍ୟା ୟଶ ପାଇଁ ଝାଡ଼ଖଣ୍ଡରେ ପୂର୍ବରୁ ହାଇ ଆଲର୍ଟ ଜାରି ହୋଇସାରିଛି । ବିପଦପୂର୍ଣ୍ଣ ଅଞ୍ଚଳରେ ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବା କାର୍ଯ୍ୟ ଜାରି ରହିଛି। ବୁଧବାର ମଧ୍ୟରାତ୍ରି ସୁଦ୍ଧା ବାତ୍ୟା ୟଶ୍ ଝାଡ଼ଖଣ୍ଡରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଇଛି । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚାଲୁ ରହିଥିବା ସୂଚନା ମିଳିଛି । ବିଶେଷକରି ପୂର୍ବ ଓ ପଶ୍ଚିମ ସିଂହଭୂମ ଅଞ୍ଚଳରେ ଅଧିକ ସତର୍କତା ଅବଲମ୍ବନ କରାଯାଇଛି । ଡିଜଷ୍ଟର୍ ମ୍ୟାନେଜମେଣ୍ଟ ସେକ୍ରେଟାରୀ ଅମିତାଭ କୌଶଳ କହିଛନ୍ତି ଯେ ପୂର୍ବ ଓ ପଶ୍ଚିମ ସିଂହଭୂମ ସମେତ ଷଡ଼େଇକଳା-ଖରସୁଆଁ ଜିଲ୍ଲାରେ ୟଶ୍ ପ୍ରଭାବ ଅଧିକ ରହିପାରେ । ଏଥିସହ ୯୨ରୁ ୧୧୭ କିମି ପ୍ରତି ଘଣ୍ଟା ବେଗରେ ପବନ ବୋହିପାରେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.