fbpx

ଆଜି ଠାରୁ ୪ଦିନିଆ ଦିଲ୍ଲୀଗସ୍ତରେ ନବୀନ

ଭୁବନେଶ୍ୱର: ଦେଶ ତାର ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ତେବେ ଏହି ପରିପ୍ରେକ୍ଷୀ ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେଯୋଗଦେବାକୁ ପୁଣି ଥରେ ଦିଲ୍ଲୀ ଗସ୍ତ ରେ ଯିବେ ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି   ୪ଦିନିଆ ଦିଲ୍ଲୀଗସ୍ତ ରେ ଯିବେ ମୁଖ୍ୟମନ୍ତ୍ରୀ। ତେବେ ଏହି ଗସ୍ତ ର ମୂଳ କାରଣ ହେଉଛି ମୁଖ୍ୟମନ୍ତ୍ରୀ ଆଜାଦୀ କା ଅମୃତ ମହୋତ୍ସବ ଜାତୀୟ କମିଟି ବୈଠକ ଓ ନୀତ ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକରେ ଯୋଗ ଦେବେ।

 

ସେଥିପାଇଁ ମୁଖ୍ୟମନ୍ତ୍ରୀ ଅଗଷ୍ଟ ୫ ତାରିଖ ଅପରାହ୍ନରେ ଦିଲ୍ଲୀ ଅଭିମୁଖେ ବାହାରିବେ। ଏହାସହ ଅଗଷ୍ଟ ୬ ତାରିଖରେ ସେ ଆଜାଦୀ କା ଅମୃତ ମହୋତ୍ସବ ଜାତୀୟ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହ ଯୋଗଦାନ ଦେବେ । ଏହା ପରେ ସେ ଅଗଷ୍ଟ ୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିତି ଆୟୋଗର ପରିଚାଳନା ପରିଷଦ ବୈଠକରେ ଯୋଗ ଦେବେ। ଏହି ବୈଠକର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ କରିବେ ଯେଉଁଠାରେ କୃଷି, ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ସହ ଆଲୋଚନା ହେବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ନର ଅନେକ କେନ୍ଦ୍ର ମନ୍ତ୍ରୀ ମାନେ ଉପସ୍ଥିତ ରହିବେ । ଏହା ପରେ ମୁଖ୍ୟମନ୍ତ୍ରୀ ଅଗଷ୍ଟ ୮ ତାରିଖରେ ଭୁବନେଶ୍ବର ଫେରିଆସିବେ ବୋଲି ସୂଚନା ମିଳୁଛି।

Get real time updates directly on you device, subscribe now.