fbpx

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ବରମୁଣ୍ଡା ହେବ ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ୍

ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): ନୂଆ ରୂପ ପାଇବ ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ । ବରମୁଣ୍ଡା ହେବ ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ୍ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରମୁଣ୍ଡା ବସଷ୍ଟାଣ୍ଡରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି । ଦୈନିକ ୨ ହଜାର ବସ୍ ଚଳାଚଳ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟ ୨୦୨୨ ଅଗଷ୍ଟ ମାସ ସୁଦ୍ଧା ସମାପ୍ତ ହେବ । ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ ସାଢ଼େ ୪ ଏକର ଜମି ରଖାଯିବ । ୧୧ ଏକର ଜମିରେ ଏହି ଟର୍ମିନାଲ ନିର୍ମାଣ କରାଯିବ । ତେବେ ଖର୍ଚ୍ଚ ବାବଦରେ ବ୍ୟୟ ବରାଦ ଅଟକଳ ୧୬୦ କୋଟି ୬୬ ଲକ୍ଷ ଧାର୍ଯ୍ୟ କରାଯାଇଛି । ଅଣ୍ଡରଗ୍ରାଉଣ୍ଡ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ । ବର୍ଜ୍ୟ ଜଳ ବିଶୋଧନ କାର୍ଯ୍ୟ ଅତ୍ୟାଧୁନିକ ପ୍ରଣାଳୀରେ କରାଯିବ ।

Get real time updates directly on you device, subscribe now.