ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): କରୋନା ସତର୍କତା ପାଇଁ ଦେଶ ଓ ରାଜ୍ୟ ଲକଡାଉନ ରହିଛି । ତେଣୁ ବାହାର ରାଜ୍ୟରେ ଯେପରି ଓଡ଼ିଶାର ଲୋକ ଫସି ରହିଛନ୍ତି ସେହିପରି ଅନ୍ୟରାଜ୍ୟର ଲୋକ ଆମ ରାଜ୍ୟରେ ମଧ୍ୟ ଫସି ରହିଛନ୍ତି । ବାହାର ରାଜ୍ୟରୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ପ୍ରାବସୀମାନଙ୍କ ପାଇଁ ଯେପରି ବ୍ୟବସ୍ଥା କରାଯାଇଛି । ଠିକ୍ ସେହିପରି ଆମ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନିଜ ରାଜ୍ୟରେ ପହଞ୍ଚିବା ପାଇଁ ବ୍ୟବସ୍ଥା ହୋଇଛି ।
ଆଜି ଓଡ଼ିଶାରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କ ଯାତାୟତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଓଡ଼ିଶାରେ ଥିବା ଅତିଥି ଶ୍ରମିକଙ୍କୁ ନିଜ ଲୋକ ପରି ସେବା କରାଯାଇଛି । ନିଜ ଲୋକ ପରି ସେବା ଓ ଯତ୍ନ ନେଇଛନ୍ତି ରାଜ୍ୟ ସରକାର । ସେମାନଙ୍କ ରହିବା ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି । ଏହାସହ ସ୍ୱାସ୍ତ୍ୟ ପରୀକ୍ଷା, ଖାଦ୍ୟପେୟ ସହ ସୁରକ୍ଷିତ ଭାବେ ତାଙ୍କୁ ବସରେ ପଠାଯାଇଥିବା ସୂଚନା ରହିଛି ।
ଲକଡାଉନ ସମୟରେ ଓଡ଼ିଶାରେ ରହିଥିବା ଅତିଥି ଶ୍ରମିକଙ୍କୁ ନିଜ ଲୋକ ପରି ସେବା ଓ ଯତ୍ନ ନେଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ରହିବା ପାଇଁ ସୁବନ୍ଦୋବସ୍ତ କରିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା, ଖାଦ୍ୟପେୟ ଓ ସୁରକ୍ଷିତ ଭାବେ ନିଜ ଅଞ୍ଚଳକୁ ପହଞ୍ଚାଇବା ପାଇଁ ବସର ସୁବ୍ୟବସ୍ଥା କରାଯାଇଛି। #OdishaCares pic.twitter.com/T4QFHg6oKS
— CMO Odisha (@CMO_Odisha) May 16, 2020