fbpx

ବିଏମସି ପରେ ଆସିଲା ସିଏମସିର ଗାଇଡଲାଇନ୍: ଜାଣନ୍ତୁ କ’ଣ

କଟକ, ୩ା୪ (ଓଡିଶା ଭାସ୍କର): ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଗତକାଲି ବିଏମସି ପକ୍ଷରୁ ଗାଇଡଲାଇନ ଆସିଥିବା ବେଳେ ଏବେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ନୂଆ ଗାଇଡଲାଇନ୍ ଆସିଛି ।

ସିଏମସିର ନିୟମ ଅନୁଯାୟୀ, ବିବାହ ବେଳେ ୧୦୦ ଜଣ ଲୋକ ଓ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି ମିଳିବ । ସେହିପରି ସମ୍ମିଳନୀ ଓ ସମାବେଶ ଉପରେ କଟକଣା ଲାଗୁ କରାଯାଇଛି । ବିଭିନ୍ନ ଅନୁଷ୍ଠାନମାନଙ୍କରେ ଶତବାର୍ଷିକୀ, ସୁବର୍ଣ୍ଣ ଜୟନ୍ତୀ, ରୌପ୍ୟ ଜୟନ୍ତୀ ପାଳନ ନେଇ ରୋକ୍ ଲଗାଯାଇଛି । ଆସନ୍ତା ୬ ତାରିଖରୁ ଏହି ନୂଆ ଗାଇଡଲାଇନ୍ ଲାଗୁ ହେବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.