fbpx

ଲୋକସଭା ନିର୍ବାଚନ ପୂର୍ବରୁ ଶସ୍ତା ହେଲା CNG ଦର, କିଲୋଗ୍ରାମ ପିଛା ହ୍ରାସ ପାଇଲା ଏତିକି ଟଙ୍କା, ଜାଣନ୍ତୁ ନୂଆ ରେଟ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚଳିତ ମାସରେ ଯେକୌଣସି ଦିନ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରାଯାଇପାରେ । ଏହାରି ମଧ୍ୟରେ ଲୋକମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ମୁମ୍ବାଇରେ ସିଏନଜି ଦର କିଲୋଗ୍ରାମ ପିଛା ୨.୫ ଟଙ୍କା ହ୍ରାସ ପାଇଛି । ତେବେ ପବ୍ଲିକ ସେକ୍ଟରର ମହାନଗର ଗ୍ୟାସ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୨.୫ ଟଙ୍କା ହ୍ରାସ କରିଛି ।

ମଙ୍ଗଳବାର ଦିନ କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଗ୍ୟାସର ଉତ୍ପାଦନ ମୂଲ୍ୟ ହ୍ରାସ ହେତୁ ମୂଲ୍ୟ ହ୍ରାସ କରାଯାଇଛି । ତେବେ ଗ୍ୟାସର ଉତ୍ପାଦନ ମୂଲ୍ୟ ହ୍ରାସ ପାଇଛି ବୋଲି କମ୍ପାନୀ କହିଛି । ଏହି କାରଣରୁ ସିଏନଜିର ମୂଲ୍ୟ ହ୍ରାସ କରାଯାଇଛି । ମାର୍ଚ୍ଚ ୫ ତାରିଖ ମଧ୍ୟରାତ୍ରୀରୁ ଏହି କଟକଣା ଲାଗୁ ହୋଇଛି । ଗ୍ୟାସର ଉତ୍ପାଦନ ମୂଲ୍ୟ ହ୍ରାସ ହେତୁ ଆଗାମୀ ଦିନରେ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ସିଏନଜି ମୂଲ୍ୟ ହ୍ରାସ ହୋଇପାରେ ବୋଲି ଆଶା କରାଯାଉଛି ।

ସରକାରୀ କମ୍ପାନୀ ମହାନଗର ଗ୍ୟାସ ଲିମିଟେଡ ସିଏନଜିର ମୂଲ୍ୟ କିଲୋଗ୍ରାମ ପିଛା ୨.୫ ଟଙ୍କା ହ୍ରାସ କରିବା ପରେ ସିଏନଜିର ମୂଲ୍ୟ ୭୩.୫୦ ଟଙ୍କା ହୋଇଛି । ଏମଜିଏଲ ସାଧାରଣତଃ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗ୍ୟାସ ଯୋଗାଇଥାଏ ଏବଂ ବିକ୍ରି କରିଥାଏ । ତେବେ ଦେଶର ଅନ୍ୟାନ୍ୟ ସହରରେ ସିଏନଜି ମୂଲ୍ୟ ସ୍ଥିର ରହିଛି । ଆଗାମୀ ଦିନରେ ଦେଶର ଅନେକ ସ୍ଥାନରେ ସିଏନଜି ମୂଲ୍ୟ ହ୍ରାସ ଘଟିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.