fbpx

ବଡ଼ ଝଟକା: CNG ଦର ବୃଦ୍ଧି ପରେ ବଢ଼ିଲା ଗ୍ରାହକଙ୍କ ଚିନ୍ତା

Advertisement

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ବିଭିନ୍ନ ସାମଗ୍ରୀ ମହଙ୍ଗା ହୋଇଥିବା ବେଳେ ଏହା ମଧ୍ୟରେ ଜନତାଙ୍କୁ ଲାଗିଛି ଏକ ବଡ଼ ଝଟକା । ଆଜି ସକାଳୁ ଦିଲ୍ଲୀ ଓ ଏନସିଆରରେ ସିଏନଜି ଦର ବୃଦ୍ଧି କରାଯାଇଛି । ସିଏନଜି ଦର ୧ ଟଙ୍କା ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ଘୋଷଣା ପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏବେ ସିଏନଜି ଦାମ କିଲୋଗ୍ରାମ ପ୍ରତି ୭୪.୫୯ ଟଙ୍କାରୁ ବୃଦ୍ଧି ପାଇ ୭୫.୫୯ ଟଙ୍କା ହୋଇଯାଇଛି ।

ସୂଚନା ମୁତାବକ, ଆଜି ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀବାସୀଙ୍କୁ ଲାଗିଛି ସିଏନଜି ଝଟକା । ଦିଲ୍ଲୀରେ ସିଏନଜି ଦର କେଜି ପ୍ରତି ୭୪.୫୯ ଟଙ୍କାରୁ ବୃଦ୍ଧି ପାଇ ୭୫.୫୯ ଟଙ୍କାରେ ପହଞ୍ଚିଥିବା ବେଳେ ଗୌତମ ବୁଦ୍ଧ ନଗରର ନୋଏଡ଼ାରେ ଏହି ଦର ୮୦.୨୦ ଟଙ୍କାରୁ ବୃଦ୍ଧି ପାଇ ୮୧.୨୦ ଟଙ୍କାରେ ପହଞ୍ଚିଛି । ସେହିପରି ନୋଏଡ଼ା-ଗ୍ରେଟର ଗୋଏଡ଼ା, ଗାଜିଆବାଦ ସମେତ ଦେଶର ଅନ୍ୟ ସହରଗୁଡ଼ିକରେ ମଧ୍ୟ ଏହି ଦର ବୃଦ୍ଧି କରାଯାଇଛି ।

ସିଏନଜିର ନୂଆ ଦର ବୃଦ୍ଧି ଆଜିଠାରୁ ଲାଗୁ ହୋଇଯାଇଛି । ଗ୍ରେଟର ନୋଏଡ଼ାରେ ଏହି ଦର ୭୯.୨୦ ଟଙ୍କାରୁ ବଢ଼ି ୮୦.୨୦ ଟଙ୍କା ହୋଇଯାଇଛି । ସେହିପରି ଗାଜିଆବାଦରେ ଏହି ଦର ୭୯.୨୦ ଟଙ୍କା ବଦଳରେ ୮୦.୨୦ ଟଙ୍କାରେ ପହଞ୍ଚିଛି । ରେବାଡ଼ିରେ ଏହି ଦର ୮୧.୨୦ ଟଙ୍କାରୁ ବୃଦ୍ଧି ପାଇଁ ୮୨.୨୦ ଟଙ୍କାରେ ପହଞ୍ଚିଛି । ଏନେଇ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ (ଆଇଜିଏଲ) ପକ୍ଷରୁ ଏକ ନୋଟିଫିକେସନ ଜାରି କରି ସୂଚନା ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.