fbpx

SDM ଜ୍ୟୋତି ମୌର୍ଯ୍ୟଙ୍କ ବିବାଦର ସାଇଡ୍ ଇଫେକ୍ଟ! ସ୍ତ୍ରୀଙ୍କର ପାଠପଢ଼ା ବନ୍ଦକଲେ ଅନେକ ସ୍ୱାମୀ, ଖାନ୍ ସାରଙ୍କ କୋଚିଂ ଛାଡ଼ିଲେ ୯୩ ମହିଳା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରେ କାର୍ଯ୍ୟରତ ସବଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଜ୍ୟୋତି ମୌର୍ଯ୍ୟ ଓ ତାଙ୍କ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ବିବାଦକୁ ନେଇ ଏକ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ଆଲୋକ ଜଣେ ସଫେଇ କର୍ମଚାରୀ ହୋଇଥିବା ବେଳେ ଜ୍ୟୋତିଙ୍କୁ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ସେ ପ୍ରେରଣା ଦେଇଥିଲେ । ମାତ୍ର ଏସଡିଏମ ପରି ଏକ ଉଚ୍ଚ ପଦରେ ଅଧିଷ୍ଠିତ ହେବା ପରେ ଜ୍ୟୋତି ତାଙ୍କର ସ୍ୱାମୀଙ୍କୁ ଧୋକ୍କା ଦେଇ ଅନ୍ୟ ଜଣେ ଅଧିକାରୀଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ ।

ତେବେ ସବୁଠାରୁ ବଡ଼ କଥା ହେଉଛି, ଜ୍ୟୋତି-ଆଲୋକଙ୍କ ପାରିବାରିକ ବିବାଦର ସାଇଡ୍ ଇଫେକ୍ଟ ଏବେ ଦେଖିବାକୁ ମିଳିଛି । ଜ୍ୟୋତିଙ୍କ ପାଇଁ ଏବେ ୯୩ ଜଣ ମହିଳାଙ୍କ ସ୍ୱପ୍ନ ଭାଙ୍ଗି ଯାଇଛି । ଜୀବନରେ ଜଣେ ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ ଦେଖୁଥିବା ଏପରି କିଛି ମହିଳାଙ୍କ ସ୍ୱାମୀମାନେ ସେମାନଙ୍କର ସ୍ତ୍ରୀମାନଙ୍କର ପାଠପଢ଼ା ବନ୍ଦ କରିଦେଇଛନ୍ତି । ସ୍ତ୍ରୀମାନେ ଆଗକୁ ବଢ଼ିଲେ ସେମାନେ ଭବିଷ୍ୟତରେ ଜ୍ୟୋତିଙ୍କ ପରି ଧୋକ୍କା ଦେଇପାରନ୍ତି, ଏହି ଆଶଙ୍କାରେ ସ୍ୱାମୀମାନେ ଏଭଳି ପଦକ୍ଷେପ ନେଇଛନ୍ତି ।

ବିହାରରେ କୋଚିଂ ସେଣ୍ଟର ଚଳାଉଥିବା ଖାନ୍ ସାର ଦାବି କରିଛନ୍ତି, ତାଙ୍କ ପାଖକୁ ଆସୁଥିବା ୯୩ ଜଣ ମହିଳାଙ୍କ କୋଚିଂ ସେମାନଙ୍କର ସ୍ୱାମୀମାନେ ବନ୍ଦ କରିଦେଇଛନ୍ତି । ଏସଡିଜେଏମ ଜ୍ୟୋତିଙ୍କ ଉଦାହରଣ ଦେଇ ପତିମାନେ ପତ୍ନୀଙ୍କର କୋଚିଂ ଅଧାରୁ ବନ୍ଦ କରିଦେଇଛନ୍ତି । ଏହି ମହିଳାମାନେ ସମସ୍ତେ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଚଳାଇଥିଲେ । କାହାର ପାରିବାରିକ ବିବାଦର ସମାଧାନ କରିହେବ ନାହିଁ । ମାତ୍ର ସେମାନଙ୍କୁ ବହୁତ ବୁଝାଇବା ପରେ ମଧ୍ୟ ସୁଫଳ ମିଳିନଥିଲା । ଅନେକ ସମୟରେ କିଛି ଲୋକ ଏପରି କିଛି ଭୁଲ୍ କରନ୍ତି ଯାହା ଅନ୍ୟମାନଙ୍କ ରାସ୍ତା ବନ୍ଦ କରିଦେଇଥାଏ ବୋଲି ଖାନ୍ ସାର କହିଛନ୍ତି ।

Get real time updates directly on you device, subscribe now.