fbpx

ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ କଫି ମିଶନ, ନିଷ୍ପତ୍ତି ନେଲା ଉଦ୍ୟାନ କୃଷି ବିଭାଗ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ରାଜ୍ୟରେ ଏକ କଫି ମିଶନ ଆରମ୍ଭ ହେବାକୁ ଯାଉଛି । ମିଲେଟ ମିଶନ ସହ ରାଜ୍ୟ ଉଦ୍ୟାନ କୃଷି ବିଭାଗ ଏନେଇ ବୁଝାମଣା କରିଛି । ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବା ପରେ ପ୍ରକଳ୍ପ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ତେବେ କୋରାପୁଟ କଫିର ପ୍ରସାର ପାଇଁ ରାଜ୍ୟ ସରକାର ୭ ବର୍ଷ ତଳୁ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ । ଏହାମଧ୍ୟରେ ନାମୀଦାମୀ କମ୍ପାନୀ କୋରାପୁଟରୁ କଫି ସଂଗ୍ରହ କରିବା ନେଇ ଉଦ୍ୟୋଗୀଙ୍କ ସହ ଯୋଗାଯୋଗ କରୁଛନ୍ତି । ତେବେ କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ କଫି ଚାଷ କରାଯାଇପାରେ । ମିଶନ ମାଧ୍ୟମରେ କଫିର ବ୍ୟାପକ ଚାଷ ବୃଦ୍ଧି ପାଇଲେ କନ୍ଧମାଳ ମଧ୍ୟ ପରବର୍ତ୍ତୀ କଫି ହବ୍ ହୋଇପାରିବ ।

କଫି ଚାଷ ପାଇଁ କନ୍ଧମାଳ ଜିଲ୍ଲାର ୬ଟି ବ୍ଲକରେ ୧ ହେକ୍ଟରରୁ ଅଧିକ ଜମି ଚିହ୍ନଟ ହୋଇସାରିଛି । ୧୯୭୪ ମସିହାରୁ ଦାରିଙ୍ଗବାଡ଼ିର ୪୦ ହେକ୍ଟର ଓ ଜି.ଉଦୟଗିରିର ୨ ହେକ୍ଟର ଜମିରେ କଫି ଚାଷ ହେଉଛି । ତେବେ କଫି ଚାଷ ଯୋଗୁଁ କୋରାପୁଟ ଜିଲ୍ଲାର ୫ ହଜାର ଆଦିବାସୀଙ୍କ ଆର୍ଥିକ ସ୍ଥିତି ସୁଧୁରିଥିବା ବେଳେ କଫି ଚାଷରେ ସ୍ୱଳ୍ପ ଖର୍ଚ୍ଚରେ ଅଧିକ ଲାଭ ମିଳିଥାଏ । ତେବେ ରାଜ୍ୟ କଫି ମିଶନ ଆରମ୍ଭ ହୋଇ ବ୍ୟାପକ ମାତ୍ରାରେ କଫି ଚାଷ ହେଲେ ରାଜ୍ୟବାସୀ ଉପକୃତ ହୋଇପାରିବେ ।

Get real time updates directly on you device, subscribe now.