fbpx

ବଢ଼ିବ ଶୀତ: ଶନିବାର ପରେ ୨ରୁ ୩ ଡିଗ୍ରୀ ତଳକୁ ଖସିପାରେ ପାରଦ

ଭୁବନେଶ୍ୱର: ରାଜ୍ୟରେ ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ୧୨ ତାରିଖ ପରଠୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ୩ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ୨ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି ।

ଦୁଇ ଦିନ ହେବ ରାଜ୍ୟରେ ପାଗ କୋହଲା ରହିଛି । ସନ୍ଧ୍ୟା ସମୟରେ ଶୀତ ଅନୁଭୂତ ହେଉଛି । ଏହାସହ କିଛି ସ୍ଥାନରେ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି । କୋରାପୁଟ ଶିମିଳିଗୁଡ଼ା ରାତି ତାପମାତ୍ରା ରହିଛି ୧୨.୮ ଡିଗ୍ରୀ । କନ୍ଧମାଳ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ର ୧୩.୪ ଡିଗ୍ରୀ ରହିଛି । ଏହା ସହ କିଛି ସ୍ଥାନରେ କୁହୁଡ଼ି ପଡୁଥିବା ଦେଖିବାକୁ ମିଳିଛି। ଗତକାଲି ଫୁଲବାଣୀରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଥିଲା।

Get real time updates directly on you device, subscribe now.