fbpx

ପୁଣି ଫେରିଲା ଶୀତ: ୧୩ ଡିଗ୍ରୀ ତଳେ ୧୦ ସହର

ଭୁବନେଶ୍ୱର, ୧୯ା୧୨ (ଓଡିଶା ଭାସ୍କର): କିଛି ଦିନର ସାମାନ୍ୟ ନିରବତା ପରେ ରାଜ୍ୟରେ ପୁଣି ଶୀତର ପ୍ରକୋପ ବୃଦ୍ଧି ପାଇଛି । ରାଜ୍ୟର ୧୦ଟି ସହରର ତାପମାତ୍ରା ୧୩ ଡିଗ୍ରୀ ତଳେ ରହିଥିବା ଜଣାଯାଇଛି ।

୮.୨ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ଶୀତଳ ସହର ରୂପେ ପରିଗଣିତ ହୋଇଛି । ଅନ୍ୟ ସହର ମଧ୍ୟରେ ଫୁଲବାଣୀ ୯.୫, ଅନୁଗୁଳ ଓ ଦାରିଙ୍ଗବାଡ଼ି ୧୦, ବାରିପଦା ୧୦.୫, କୋରାପୁଟ ୧୧, କେନ୍ଦୁଝର ୧୧.୭, ସୁନ୍ଦରଗଡ଼ ୧୨, ବଲାଙ୍ଗିର ୧୨.୪, ବୌଦ୍ଧ ୧୨.୫, କଟକ ୧୩.୮, ଭୁବନେଶ୍ୱର ୧୬.୫ ଡିଗ୍ରୀ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.