fbpx

ବଢ଼ିବ ଶୀତ…୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ

Advertisement

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଆସନ୍ତା ୨ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ । ଫଳରେ ରାତିର ତାପମାତ୍ରାରେ ପରିବର୍ତ୍ତନ ଆସିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଆସନ୍ତା ୭ ଦିନ ଯାଏଁ ପାଗ ଶୁଖିଲା ରହିବ ।

ଅପରପକ୍ଷରେ ଦେଶର ଅଧିକାଂଶ ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ କେତେକ ସ୍ଥାନରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି IMD । ଶ୍ରୀନଗର ଏବଂ ଜାମ୍ମୁ କାଶ୍ମୀରରେ ଶୂନ୍ୟରୁ ମାଇନସ୍‌୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ଏହା ସହ ଡିସେମ୍ବର ୧୨ରୁ ପଶ୍ଚିମବଙ୍ଗ ଏବଂ ସିକ୍କିମର ଅନେକ ଅଞ୍ଚଳରେ କୁଆ ପଥର ପଡ଼ିବା ନେଇ IMD ତରଫରୁ ସତର୍କ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.