fbpx

କଲେଜରେ ବିବାହର ସେଲିବ୍ରେସନ: ଭାଇରାଲ ହେଉଛି ଏହି ଯୋଡିର ପ୍ରେମ ସମ୍ପର୍କ

Advertisement

ନୂଆଦିଲ୍ଲୀ: ପ୍ରେମ ଏମିତି ଏକ ସମ୍ପର୍କ ଯାହା ଯୋଜନ ଯୋଜନ ଦୂରରୁ ମଧ୍ୟ ନିଜର ଲୋକଙ୍କୁ ଯୋଡି ଦେଇଥାଏ । ଏହାର ଉଦାହରଣ ହେଉଛନ୍ତି କୋଲକାତାର ମେଘଦୂତ ଏବଂ ଫ୍ରାନ୍ସ, ପ୍ୟାରିସର ପାଓଲିନ । କଲେଜରେ ଦେଖା, ପ୍ରେମ ଏବଂ ପରେ ରେଜିଷ୍ଟର ମ୍ୟାରେଜ । ଉଭୟଙ୍କ ପ୍ରେମ କାହାଣୀରେ ଅନେକ ଟ୍ୱିଷ୍ଟ ଭରି ରହିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

୨୦୧୮ ମସିହାରେ ନିଜ ପ୍ରେମୀଙ୍କୁ ବିବାହ କରିବା ପାଇଁ ପାଓଲିନ ଫ୍ରାନ୍ସରୁ ଭାରତ ଚାଲି ଆସିଥିବା କହିଛନ୍ତି ମେଘଦୂତ । ମେଘଦୂତ ପାଓଲିନଙ୍କୁ ପରିବାର ସହ ମିଶାଇବାର ଏକ ବର୍ଷ ପରେ ବିବାହ ପାଇଁ ମେଘଦୂତ ପ୍ରସ୍ତାବ ଦେଇଥିଲେ ମେଘଦୂତ । ଏହାପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ବିବାହର ସେଲିବ୍ରେସନ କରି ପାରି ନଥିଲେ । ଏବେ ଉଭୟଙ୍କର ଦେଖା ହୋଇଥିବା କଲେଜରେ ସେମାନେ ନିଜ ବିବାହର ସେଲିବ୍ରେସନ କରିଥିବା ମେଘଦୂତ କହିଛନ୍ତି ।

ସୂଚନା ଅନୁସାରେ, ୨୦୧୪ ମସିହାରେ ପ୍ୟାରିସର ଏଚଇସି କଲେଜରେ ହୋଇଥିଲା ମେଘଦୂତ ପାଓଲିନଙ୍କ ଦେଖା । ଏହାପରେ ଉଭୟ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ ଏବଂ ପାଓଲିନଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ ମେଘଦୂତ । ଏହାପରେ ୨୦୧୯ ମସିହାରେ ଉଭୟ ରେଜିଷ୍ଟର ମ୍ୟାରେଜ କରି ନେଇଥିଲେ । କିନ୍ତୁ କରୋନା ମହାମାରୀ ଯୋଗୁଁ ବିବାହର ପାର୍ଟି ସେଲିବ୍ରେସନ କରି ପାରି ନଥିଲେ । ତେବେ କୋଭିଡ କଟକଣା ହଟିବା ପରେ ସେମାନେ ଏବେ ଏଚଇସି କଲେଜରେ ନିଜର ବିବାହ ସେଲିବ୍ରେସନ କରିଛନ୍ତି । କଲେଜରେ ପ୍ରଥମ ଥର ପାଇଁ ଏମିତି କିଛି ଆୟୋଜନ ହେଉଥିବା କହିଛନ୍ତି ମେଘଦୂତ । ତେବେ କଲେଜ ଏହି ସେଲିବ୍ରେସନ ଆୟୋଜନ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.