୭ ହଜାର ଟଙ୍କା ପାଇଁ ଅପହରଣ: ରାଜଧାନୀର ଯୁକ୍ତ ତିନି ଛାତ୍ରଙ୍କୁ ଉଠାଇନେଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ରାଜଧାନୀ ଭୁବନେଶ୍ୱରରେ ହତ୍ୟା, ରାହାଜାନି, ଲୁଟ ଭଳି ଅପରାଧ ବଢ଼ିବାରେ ଲାଗିଛି । ତେବେ ଭୁବନେଶ୍ୱରର ପଟିଆ ଅଞ୍ଚଳର ଶିବାଜୀ କଲେଜର ଜଣେ ଛାତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ମାତ୍ର ୭ ହଜାର ଟଙ୍କା ପାଇଁ ସମ୍ପୃକ୍ତ ଛାତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ୪ ଜଣଙ୍କ ନାମରେ ମାମଲା ଦାୟର ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ଏହି ଘଟଣା ପଛରେ ଟଙ୍କା ଆଉ କିଛି ରହିଛି ସେ ଦିଗ ପ୍ରତି ମଧ୍ୟ ଅନୁଧ୍ୟାନ କରୁଛି ।