fbpx
BJD SKY
BJD SKY

ଆଜି OSSTET ପରୀକ୍ଷା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ୩୩୮ଟି କେନ୍ଦ୍ରରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET) ପରୀକ୍ଷା ଅନୁଷ୍ଠିତ ହେବ । କୋଭିଡ୍ ଗାଇଡଲାଇନ ସହ ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ରୁ ୧୧.୩୦ ଓ ଦ୍ୱିତୀୟ ସିଟିଂ ୧ରୁ ୩.୩୦ ପର୍ଯ୍ୟନ୍ତ ଚାଲିବ । ମୋଟ ୬୮ ହଜାର ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ବାରଣ କରାଯାଇଛି । ତେବେ ମାଲ୍ ପ୍ରାକ୍ଟିସରେ ଧରା ପଡ଼ିଲେ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ପେପର-୧ ପାଇଁ ୬୮,୭୪୨ ଜଣ ଓ ପେପର-୨ ପାଇଁ ୩୫୩୮ ଜଣ ଏପରି ଭାବେ ମୋଟ ୭୨,୨୮୦ପଞ୍ଜୀକରଣ କରିଛନ୍ତି । ପେପର-୧ ପାଇଁ ୩୩୮ଟି ପରୀକ୍ଷା କେନ୍ଦ୍ର ଓ ପେପର-୨ ପାଇଁ ୩୩ଟି କେନ୍ଦ୍ର ଚୂଡ଼ାନ୍ତ ହୋଇଛି । ପ୍ରତ୍ୟେକ କେନ୍ଦ୍ରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ନେଇ ବୋର୍ଡ ଉପସଭାପତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.