fbpx
BJD SKY
BJD SKY

କୁମ୍ବିଂ ଅପରେସନ ସାରି କ୍ୟାମ୍ପକୁ ଫେରୁଥିଲେ ଯବାନ, ବିଜାପୁରରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କଲେ ଲାଲ ବାହିନୀ, ୪ ସିଆର୍‌ପିଏଫ୍‌ ଯବାନ ଆହତ

BJD

ମାଲକାନଗିରି (ଭାସ୍କର ନ୍ୟୁଜ୍‌) : ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୪ ଜଣ ସିଆରପିଏଫ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଯବାନମାନେ ହେଲେ ପଲବନ କୁମାର ବିଶ୍ୱାସ, ସଦାଶିବ ଯାଦବ, ଓମପ୍ରକାଶ ଓ ରାଜିବ ରଞ୍ଜନ । ସମସ୍ତ ଆହତ ଯବାନଙ୍କୁ ତୁରନ୍ତ ବିଜାପୁର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, କୁମ୍ବିଂ ଅପରେସନ ସାରି ଯବାନମାନେ କ୍ୟାମ୍ପକୁ ଫେରୁଥିବା ବେଳେ, ନକ୍ସଲମାନେ ଚିନ୍ନାକୋଡ଼େପାଲର ଟି-ପଏଣ୍ଟ ଓ ମୁରକିନାର ମୁଖ୍ୟ ରାସ୍ତାରେ ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି । ଘଟଣାସ୍ଥଳରେ ସିଆରପିଏଫ ଓ ଡିଆରଜି ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନକୁ ଜୋରଦାର କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.