fbpx

କମେଡ଼ି କିମ୍ବଦନ୍ତୀ ଚାର୍ଲି ଚାପଲିନଙ୍କ କନ୍ୟା ଜୋସେଫିନଙ୍କ ପରଲୋକ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖଦ ଖବର । କମେଡ଼ି କିମ୍ବଦନ୍ତୀ ଚାର୍ଲି ଚାପଲିନଙ୍କ ଝିଅଙ୍କର ପରଲୋକ ଘଟିଛି । ଚାପଲିନଙ୍କ କନ୍ୟା ଅଭିନେତା ଜୋସେଫିନ ଚାପଲିନଙ୍କ ୭୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପ୍ୟାରିସରେ ରହୁଥିବା ଜେସେଫିନଙ୍କ ପରିବାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ୧୩ ତାରିଖରେ ଜୋସେଫିନଙ୍କ ପରଲୋକ ଘଟିଥିବା ଏକ ରିପୋର୍ଟରେ କୁହାଯାଇଛି ।

ଚାର୍ଲି ଚାପଲିନ ଓ ଓନା ଓ’ନୀଲଙ୍କର ୮ଟି ସନ୍ତାନଙ୍କ ମଧ୍ୟରୁ ଜୋସେଫିନ ତୃତୀୟ କନ୍ୟା ଥିଲେ । ଜୋସେଫିନ ୧୯୪୯ ମସିହା ମାର୍ଚ୍ଚ ମାସ ୨୮ ତାରିଖରେ କାଲିଫର୍ଣ୍ଣିଆର ସାନ୍ତା ମୋନିକାରେ ଜନ୍ମଗ୍ରହଣ କରିଥିଲେ । ସେ ନିଜ ପିତାଙ୍କ ପରି ଅଭିନୟକୁ ନିଜର କ୍ୟାରିୟର ଭାବେ ବାଛିଥିଲେ । ୧୯୫୨ରେ ସେ ‘ଲାଇମଲାଇଟ’ରୁ ନିଜର କ୍ୟାରିୟରର ଶୁଭାରମ୍ଭ କରିଥିଲେ । ସେ ସମୟରେ ତାଙ୍କୁ ବହୁତ କମ୍ ବୟସ ହୋଇଥିଲା ।

ଜୋସେଫିନଙ୍କ ପରଲୋକ ପରେ ତାଙ୍କ ପରିବାରରେ ଏବେ ତାଙ୍କର ୩ ଭଉଣୀ ଚାର୍ଲି, ଆର୍ଥର ଓ ଜୁଲିୟନ ରୋନେଟ ରହିଛନ୍ତି । ଜୋସେଫିନଙ୍କ ମୃତ୍ୟୁ ପରେ ତାଙ୍କର ପରିବାରବର୍ଗ ଗମ୍ଭୀର ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଜୋସେଫିନ ୧୯୭୨ରେ ପାଓଲୋ ପାସୋଲିନୀଙ୍କ ଆୱାର୍ଡ ୱିନିଂ ଫିଲ୍ମ ‘ଦି କ୍ୟାଣ୍ଟରବରୀ ଟେଲ୍ସ’ ଓ ରିଚାର୍ଡ ବାଲଦୁକିଙ୍କ ‘ଲଓଡିଉର ଡେଦ ଫାଉଭସ’ରେ ନଜର ଆସିଥିଲେ । ସେହିବର୍ଷ ସେ ମେନହେମ ଗୋଲାନଙ୍କ ନାଟକ ‘ଏସ୍କେପ ଟୁ ଦି ସନ’ରେ ଲରେନ୍ସ ହାର୍ଭେଙ୍କ ସହିତ କାମ କରିଥିଲେ । ସେହି ନାଟକରେ ସୋଭିଏତ ସଂଘରୁ ପଳାୟନ କରୁଥିବା ଲୋକଙ୍କର ଏକ ଗ୍ରୁପର କାହାଣୀକୁ ସ୍ଥାନ ଦିଆଯାଇଥିଲା ।

Get real time updates directly on you device, subscribe now.