fbpx

ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ଭୁବନେଶ୍ୱର,୬ ।୧୦(ଓଡିଶା ଭାସ୍କର): ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ ଏ ଚେଲ୍ଲା କୁମାର ଆଜି ୬ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ପ୍ରଭାରୀ ଦାୟିତ୍ୱ ମିଳିବା ପରେ ଚେଲ୍ଲା କୁମାର ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି । କିନ୍ତୁ ଶୋଭାଯାତ୍ରାକୁ ଅନୁମତି ଦେବାକୁ ମନା କରିଛି କମିଶନରେଟ ପୋଲିସ । ସର୍ବାଧିକ ୩ଟି ଗାଡି ନେଇ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଚେଲ୍ଲା କୁମାର ବିମାନ ଯୋଗେ ଅପରାହ୍ନ ୫ଟା ବେଳେ ଭୁବନେଶ୍ବରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସିଧା ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଭୁବନେଶ୍ବର ଫେରି ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୭ ତାରିଖରେ କଂଗ୍ରେସ ଭବନରେ ପିସିସି ପକ୍ଷରୁ ପ୍ରଭାରୀ. ଏ.ଚେଲ୍ଲା କୁମାର ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.