fbpx

ପୂଜା ନାମରେ କେହି ଜୋରଜବରଦସ୍ତ ଚାନ୍ଦା ଆଦାୟ କରିପାରିବେନି: କମିଶନରେଟ୍ ପୋଲିସ ଜାରିକଲା ଟୋଲ୍ ଫ୍ରି ନମ୍ବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ମା’ଙ୍କର ଆଗମନ ପୂର୍ବରୁ ରାଜଧାନୀର ଗଳିକନ୍ଦିରେ ଏବେ ସାଜସଜ୍ଜା, ତୋରଣ ବନ୍ଧା ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ଆଗାମୀ ଦିନରେ ରାଜଧାନୀରେ ଗଣେଶ ପୂଜା, ଦୁର୍ଗା ପୂଜା, କାଳୀ ପୂଜା, କାର୍ତ୍ତିକେଶ୍ୱର ପୂଜା ପରି ଅନେକ ପୂଜା ଉତ୍ସବ ଅନୁଷ୍ଠିତ ହେବାର ଅଛି । ତେଣୁ ଏଥର ପୂଜାକୁ କିପରି ଶାନ୍ତିଶୃଙ୍ଖଳା ସହିତ ସମାପନ କରାଯିବ ସେନେଇ କମିଶନରେଟ୍ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ତେବେ ଅନେକ ସମୟରେ ପୂଜା ସମୟରେ ଜୋରଜବରସ୍ତ ଭାବେ ପୂଜା ଚାନ୍ଦା, ଦାଦାବଟି ଆଦାୟ କରାଯାଉଥିବା ଦେଖାଯାଇଥାଏ । ତେଣୁ ଏହାକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ଯଦି କେହି ପୂଜା ବଟି ମାଗନ୍ତି ତେବେ ସେଥିପାଇଁ ଜନସାଧାରଣ ପୋଲିସରେ ଅଭିଯୋଗ କରିପାରିବେ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ଟ୍ରୋଲ ଫ୍ରି ନମ୍ବର ‘୭୦୭୭୭୯୮୧୧୧’ ଜାରି କରାଯାଇଛି ।

ପୂଜା ସମୟରେ ଯଦି କେହି ଦାଦାବଟି ମାଗନ୍ତି ତେବେ ଅଭିଯୋଗ ଆଧାରରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ କ୍ଷେତ୍ରରେ ଅଭିଯୋଗକାରୀଙ୍କ ନାମ ଓ ଠିକଣା ଗୋପନ ରଖାଯିବ । ସେହିପରି ପେଶାଦାର ଅପରାଧୀଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବା ସହିତ ଚୋରି, ଛିନତାଇ ଗ୍ୟାଙ୍ଗ ଉପରେ ନଜର ରଖାଯାଇଛି । ପୂଜାରେ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ପୋଲିସ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି ।

Get real time updates directly on you device, subscribe now.