fbpx

ଏକ ଅଜବ ଘଟଣା! ବିନା କାମରେ ଜଣେ କର୍ମଚାରୀଙ୍କୁ ୨୦ ବର୍ଷ ଧରି ଦରମା ଦେଇ ଆସୁଥିଲା କମ୍ପାନୀ, ମାତ୍ର ମହିଳା ଦୁଃଖର ସହ ଅଭିଯୋଗ ଆଣିଲେ, କାହିଁକି…

Advertisement

ନୂଆଦିଲ୍ଲୀ: ଅନେକ ସମୟରେ ଏକ ଦୁନିଆରେ ଏପରି କିଛି ଘଟଣା ଘଟେ, ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ । ସାଧାରଣ ଭାବେ କିଛି ପ୍ରାଇଭେଟ ସଂସ୍ଥାରେ ଗୋଟିଏ ଦିନ ଛୁଟିରେ ରହିଲେ ଦରମା କଟିଯାଇଥାଏ । ତେଣୁ ପିଅନ ପଦ ହେଉ ପଛେ, ଯଦି ଗୋଟିଏ ସରକାରୀ ଚାକିରି ମିଳିଗଲା ତେବେ ଲୋକଙ୍କର ଖୁସି କହିଲେ ନସରେ । ତେବେ ଜଣେ କର୍ମଚାରୀଙ୍କୁ କମ୍ପାନୀ ଦିନେ ନୁହେଁ କି ମାସେ ନୁହେଁ, ଦୀର୍ଘ ୨୦ ବର୍ଷ ଧରି ବିନା କାମରେ ବେତନ ଦେଇ ଆସୁଥିଲା ।

ସବୁଠାରୁ ବଡ଼ କଥା ହେଉଛି, ବିନା କାମରେ ବେତନ ନେଉଥିଲେ ହେଁ କର୍ମଚାରୀ ଜଣଙ୍କ କିନ୍ତୁ ଏଥିରେ ଖୁସି ନଥିଲେ । ଫ୍ରାନ୍ସର ଲରେନ୍ସ ଭନ୍ ୱାସେନହୋଭ ନାମକ ଜଣେ ମହିଳାଙ୍କ ସହ ଏପରି କିଛି ଘଟିଛି । ୧୯୯୩ ମସିହାରେ ଲରେନ୍ସଙ୍କୁ ଫ୍ରାନ୍ସ ଟେଲିକମ୍ କମ୍ପାନୀ କାମରେ ରଖିଥିଲା । ତେବେ ଅରେଞ୍ଜ କମ୍ପାନୀ ଫ୍ରାନ୍ସ ଟେଲିକମକୁ ଅଧିଗ୍ରହଣ କରିବା ପରେ ଲରେନ୍ସ ଚାକିରି ଜାରି ରଖିଥିଲେ, ମାତ୍ର ଧୀରେଧୀରେ ସବୁ ବଦଳିବାକୁ ଲାଗିଥିଲା । କମ୍ପାନୀର ଏହା ଏକ ଘଟିଆ ପ୍ରୟାସ ଥିଲା ବୋଲି ମହିଳା ଜଣଙ୍କ କହିଛନ୍ତି ।

ମହିଳା ଜଣଙ୍କ ପାରାଲିସିସ ରୋଗରେ ପୀଡ଼ିତ ଥିଲେ ହେଁ ସେ ଏଚଆର ଓ ସିକ୍ରେଟର ଭଳି ବିଭିନ୍ନ ରୋଲ୍ସରେ କାମ କରିଥିଲେ । ୨୦୦୨ରେ ସେ ଅନ୍ୟ ବିଭାଗକୁ ସ୍ଥାନାନ୍ତର ପାଇଁ ଅନୁରୋଧ କରିଥିଲେ । ମାତ୍ର ନୂଆ ରୋଲ ତାଙ୍କ ପାଇଁ ଠିକ୍ ନଥିଲା । ଅରେଞ୍ଜ କମ୍ପାନୀ ତାଙ୍କୁ କୌଣସି କାମ ଦେଇ ପୂରା ବେତନ ଦେଇଥିଲା । ତାଙ୍କୁ ଅଫିସିଆଲ ଭାବେ ଚାକିରିରୁ ବାହାର ନକରି ଚାକିରି ଛାଡ଼ିବାକୁ ବାଧ୍ୟ କରାଯାଇଥିଲା । ସେ ସର୍ବଦା ଅଲଗା ପ୍ରକାରର ଅନୁଭବ କରୁଥିଲେ । କମ୍ପାନୀର ଏ ପ୍ରକାର ଆଚରଣରେ ସେ ଦୁଃଖୀ ରହୁଥିଲେ । ଏହି ଭେଦଭାବ ବିରୋଧରେ ୨୦୧୫ରେ ସେ ସରକାର ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସିନଥିଲା । ଏହି ଅନୁଭବକୁ ଲରେନ୍ସ ଅସହନୀୟ ବୋଲି କହିଛନ୍ତି । କାମ ନକରି ଘରେ ରହି ଦରମା ପାଇବା ଏକ ବୋଝ । ତାଙ୍କର ସମୟ ଅପଚୟ ହେବା ସହିତ ତାଙ୍କର ପ୍ରଫେସନାଲ ଦକ୍ଷତା କମ୍ ହୋଇଯାଇଥିଲା । ସେଥିପାଇଁ ତାଙ୍କୁ ଆଇନର ଆଶ୍ରୟ ନେବାକୁ ପଡ଼ୁଛି ବୋଲି ଲରେନ୍ସ କହିଛନ୍ତି ।

Get real time updates directly on you device, subscribe now.