fbpx

ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ମାମଲା: ଓକିଲଙ୍କୁ ସର୍ତ୍ତମୂଳକ ଜାମିନ

କଟକ: କିଛିଦିନ ତଳେ ସମ୍ବଲପୁର ହାଇକୋର୍ଟରେ ସ୍ଥାୟୀ ବେଂଚ ଦାବି ଆନ୍ଦୋଳନରେ କୋର୍ଟ ପରିସରରେ ଆଇନଜୀବୀମାନେ ଭଙ୍ଗାରୁଜା କରିଥିଲେ । ଆଜି ସେହି ଆଇନଜୀବୀ ମାନଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଥିବା କଥା ସାମ୍ନାକୁ ଆସିଛି । ଜଷ୍ଟିସ୍ ଭି, ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସମ୍ବଲପୁର କୋର୍ଟ ପରିସର ଘଟଣାରେ ଗିରଫ ହୋଇଥିବା ଆଇନଜୀବୀଙ୍କ ୨୦ଟି ନିୟମିତ ଆବେଦନର ପୂର୍ଣ୍ଣାଙ୍କ ଶୁଣାଣି ହୋଇଛି ।

ସୂଚନା ଅନୁଯାୟୀ, ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ମାମଲାକୁ ଛାଡ଼ି ୨୦୨୨ ମସିହା ସଡ଼କ ଦୁର୍ଘଟଣା ପରେ ହୋଇଥିବା ଆନ୍ଦୋଳନ ରୁଜୁ ମାମଲାରେ ୮ଜଣ ଆଇନଜୀବୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏମାନେ ଭଙ୍ଗାରୁଜା ମାମଲାରେ ସଂପୃକ୍ତ ନଥିଲେ ମଧ୍ୟ ପୋଲିସ ଏମାନଙ୍କୁ ଧନୁପାଲି ଥାନା ମାମଲାରେ ଗିରଫ ବୋଲି ଦର୍ଶାଇଥିଲା । ଆଜି ହାଇକୋର୍ଟ ୨୯ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ ଆବେଦନ କରିଛନ୍ତି ।

ଏହି ୨୯ ଜଣ ଆଇନଜୀବୀଙ୍କୁ ଧନୁପାଲି ଥାନା ମାମଲାରେ ସର୍ତ୍ତମୂଳକ ଜାମିନ ମିଳିଛି । ପ୍ରଥମେ ନିମ୍ନ ଅଦାଲତରେ ଜାମିନ ଖାରଜ ହେବାପରେ ହାଇକୋର୍ଟରେ ଏହି ଅବେଦନ ସବୁ ଦାୟର କରାଯାଇଥିଲା । ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ଗଡ଼ ଓ ଲକ୍ଷ୍ମୀନାରାୟଣ ପଟେଲ ମାମଲା ପରିଚାଳନା କରୁଛନ୍ତି ।

Get real time updates directly on you device, subscribe now.