fbpx

ଆର୍ଥିକ ବିକାଶ ସହ ଆଧ୍ୟାତ୍ମକ ବିକାଶ ଜରୁରୀ ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଉକ୍ରଳ ମଣ୍ଡପରେ ଅନୁଷ୍ଠିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ କହିଛନ୍ତି ଯେ, ଆଧ୍ୟାତ୍ମିକ ବିକାଶ ଜରୁରୀ । ଉଭୟ ଶରୀର ଓ ଆତ୍ମା ଶୁଦ୍ଧ କରିବା ଆବଶ୍ୟକ । ଆତ୍ମା ଶୁଦ୍ଧି ଏବଂ ମାନସିକ ଶୁଦ୍ଧି ପାଇଁ ପ୍ରୟାସ କରିବା ଉଚିତ୍ । ଆତ୍ମା ଶୁଦ୍ଧି ପାଇଁ ଯୋଗ ଓ ଧ୍ୟାନ କରିବାକୁ ହେବ । ଯୋଗ ପାଇଁ ମୁଁ ଆଜି ଏଠି ଛିଡା ହୋଇଛି ଏବଂ ଆପଣମାନଙ୍କ ସହ କଥା ହୋଇପାରିଛି । ଗୋଟିଏ ସମୟରେ ମୋର ମାନସିକ ଓ ଶରୀର ଭାଙ୍ଗି ପଡିଥିଲା । ଏଭଳି ଅବସ୍ଥାରେ ମୁଁ ଯୋଗକୁୁ ଗ୍ରହଣ କଲି । ଯୋଗ ପାଇଁ ଆଜି ମୁଁ ଏଠାରେ ଛିଡା ହୋଇପାରିଛି । ଯୋଗ ଦ୍ୱାରା ମାନସିକ ଶାନ୍ତି ମିଳିପାରିଛି । ଆଜି ସୁଖ ଅପହଞ୍ଚ ନୁହେଁ କିନ୍ତୁ ମାନସିକ ଶାନ୍ତି ଅପହଞ୍ଚ । ଆର୍ଥିକ ବିକାଶ ସହ ଆଧ୍ୟାତ୍ମକ ବିକାଶ ମଧ୍ୟ ଜରୁରୀ ।

ମାତୃକରୁଣା ଜଣେ ବ୍ୟକ୍ତିଙ୍କୁ ଅସାଧାରଣ ବୀର କରାଏ । ମାତୃକରୁଣା ପାଇଁ ଛତ୍ରପତି ଶିବାଜୀ ଏବଂ ଗାନ୍ଧିଜୀ ମହିୟାନ ହୋଇଛନ୍ତି । ମାତାଙ୍କୁ ଆମେ ଦେବୀ ଭଳି ମର୍ଯ୍ୟାଦା ଦେବା ଉଚିତ । କିନ୍ତୁ ଆମେ ତାହା କରୁଛେ କି ବୋଲି ରାଷ୍ଟ୍ର୍ରପତି ପ୍ରଶ୍ନ କରିଥିଲେ ।

ରାଷ୍ଟ୍ର୍ରପତି ଦ୍ରୌପଦୀ ମୁର୍ମୁ ଆହୁରି ମଧ୍ୟ କହିଥିଲେ ଯେ , ପିତାମାତାଙ୍କ ଫଟୋକୁ ପୂଜା କରିବା ଉଚିତ୍ ନୁହେଁ, ସେମାନଙ୍କ ଯତ୍ନ ନେବା ଉଚିତ୍ । ପିତାମାତା ଓ ବୃଦ୍ଧବୃଦ୍ଧାଙ୍କ ସେବା ହିଁ ମାନବ ଧର୍ମ ।

ଜ୍ଞାନପ୍ରଭା ମିଶନ ସମାରୋହ ପରେ ସେ ରାଜଭବନ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ ପରେ ଆରମ କରି ଅପରାହ୍ନରେ ରାମଦେବୀ ବିଶ୍ୱବିଦ୍ୟାଳୟ ବାହାରିବେ । ସେଠାରେ ଏକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଆଜି ପୂବାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ୱାଗତ କରିଥିଲେ । ଏହି ଅବସରରେ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଏମ୍ସି ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ । ପାରମ୍ପାରିକ ବାଦ୍ୟ ଓ ନୃତ୍ୟରେ ପ୍ରକମ୍ପିତ ହୋଇଥିଲା ବିମାନବନ୍ଦର ।

Get real time updates directly on you device, subscribe now.