ଗୁଗଲ ପେ’, ଫୋନ୍ପେ’, ପେଟିଏମ୍ର ବଢିଗଲା ଟେନସନ୍, X (ଟ୍ୱିଟର)ରେ ଆସୁଥିବା ନୂଆ ପେମେଣ୍ଟ ଫିଚରକୁ ନେଇ video ସେୟାର କଲେ ଏକ୍ସର ସିଇଓ
ନୂଆଦିଲ୍ଲୀ: ଏକ୍ସ(ଟ୍ୱିଟର) ପ୍ଲାଟଫର୍ମରେ ଏବେ ନୂଆ ନୂଆ ଫିଚର୍ସ ଆସିବାରେ ଲାଗିଛି । ଏକ ନୂଆ ଅପଡେଟରୁ ଜଣାପଡିଛି ଏକ୍ସର ସିଇଓ କନଫର୍ମ କରିଛନ୍ତି କି ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ଏକ ନୂଆ ଗୁଗଲ ପେ’ ପରି ଫିଚର ଆଡ୍ କରିବା ଲାଗି ବ୍ୟବସ୍ଥା କରାଯାଉଛି । ଏକ୍ସର ସିଇଓ ଲିଣ୍ଡା ୟାକାରିନୋ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଏହି ଫିଚର ବିଷୟରେ କହିଛନ୍ତି ।
ଟ୍ୱିଟରର ଦାୟିତ୍ୱ ନେବା ପରେ ଏଲନ ମସ୍କ କହିଥିଲେ ଏହାର ଲକ୍ଷ୍ୟ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମକୁ ‘ଏଭ୍ରିଥିଙ୍ଗ୍ ଆପ୍ଲିକେସନ’ରେ ପରିଣତ କରିବା । ଏହା ସହିତ ବହୁ ନୂଆ ସୁବିଧା ଏକ୍ସ ପକ୍ଷରୁ ପ୍ରଦାନ କରାଯାଇଛି । ଏହା ବ୍ୟତିତ ଅଡିଓ ଓ ଭିଡିଓ ସୁବିଧା ସହିତ ଆହୁରି ବହୁ ସୁବିଧା ମଧ୍ୟ ୟୁଜର୍ସଙ୍କୁ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଉଛି । ପ୍ରଥମେ ଟ୍ୱିଟରକୁ କେବଳ ଏକ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଭାବରେ ମନା ଯାଉଥିଲା । ଏବେ ୟୁଜର୍ସ ବଡ ଭିଡିଓ ଓ ବଡ ପୋଷ୍ଟ ବି ଟ୍ୱିଟରରେ ସେୟାର କରି ପାରୁଛନ୍ତି ।
ତେବେ ଏକ୍ସର ନୂଆ ଫିଚର ସଂପର୍କରେ ସିଇଓ ଲିଣ୍ଡା ୨ ମିନିଟର ଏକ ଭିଡିଓ ସେୟାର କରି କହିଛନ୍ତି, ଏହି ପ୍ଲାଟଫର୍ମ ଜରିଆରେ ୟୁଜର୍ସ ପେମେଣ୍ଟ କରିବା ସହ ଭିଡିଓ କଲ୍ ବି କରିପାରିବେ ।
a hint of what’s to come. who's in? https://t.co/TYEevYJlfL pic.twitter.com/G0DTLeHQic
— Linda Yaccarino (@lindayaX) September 20, 2023