fbpx

ପଞ୍ଚାୟତ ନିର୍ବାଚନ: କଂଗ୍ରେସର ନର୍ବାଚନ କମିଟି ଘୋଷଣା, ନରସିଂହ ମିଶ୍ର କମିଟି ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟରେ ହେବାକୁଯାଉଥିବା ବେଳେ ସୋମବାର କଂଗ୍ରେସ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା କରିଛି ଏହାର ୧୮ ଜଣିଆ ନର୍ବାଚନା ପରିଚାଳନା କମିଟି ।

ଏହି ୧୮ ଜଣିଆ ନିର୍ବାଚନ ପରିଚାଳନା କମିଟି ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବାବେଳେ ନରସିଂହ ମିଶ୍ର ଅଧ୍ୟକ୍ଷ ରହିଛନ୍ତି ସେହିପରି ଯଜେ୍ଞଶ୍ୱର ବାବୁ ଆବାହକ ଭାବରେ ନିଯୁକ୍ତ ହୋଇଛନ୍ତି । ସେହିଭଳି ଚିରଞ୍ଜୀବ ବିଶ୍ୱାଳ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ସୁର ରାଉତରାୟ, ତାରା ବାହିନୀପତି, ମହମ୍ମଦ ମୋକିମ, ସପ୍ତଗିରି ଉଲ୍ଲକା, ସନ୍ତୋଷ ସିଂହ ସାଲୁଜା, କିଶୋର ପଟେଲ ଏବଂ ସୁରେଶ ମହାପାତ୍ର ବି କମିଟିରେ ସାମିଲ । ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରାର୍ଥୀ ଚୟନ, ପରିଚାଳନା କରିବ କମିଟି ।

ସୂଚନାଯୋଗ୍ୟ, ରବିବାର ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ଏହାର ନିର୍ବାଚନ ପରିଚାଳନା କମିଟି ଘୋଷଣା କରିଛି ।

Get real time updates directly on you device, subscribe now.