fbpx

‘କଂଗ୍ରେସ ସମସ୍ତ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ…’, କେଜରିୱାଲଙ୍କ ଇସ୍ତଫା ଘୋଷଣା ପରେ ବୟାନ ଦେଲେ ସଚିନ୍ ପାଇଲଟ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜ ପଦରୁ ଇସ୍ତଫା ଘୋଷଣା କରିବା ପରେ ଦିଲ୍ଲୀରେ ରାଜନୈତିକ ହଲଚଲ ସୃଷ୍ଟି ହୋଇଛି । ଏଥିମଧ୍ୟରେ କଂଗ୍ରେସ ନେତା ତଥା ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବୟାନ ସାମ୍ନାକୁ ଆସିଛି ।

ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଘୋଷଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ ପରେ ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ତାଙ୍କୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଛି । ଏଥିମଧ୍ୟରେ କଂଗ୍ରେସ ନେତା ସଚିନ ପାଇଲଟ୍ ଏକ ବୟାନରେ କହିଛନ୍ତି, ‘ଆଗାମୀ ଦିନରେ ଦିଲ୍ଲୀରେ ଯାହା ବି ଘଟିବ ଏଥିପାଇଁ କଂଗ୍ରେସ ସମସ୍ତ ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି । ଦଳର ଶୀର୍ଷ ନେତୃତ୍ୱ ଯାହା ବି ନିଷ୍ପତ୍ତି ନେବେ ସେହି ଅନୁରୂପ କାର୍ଯ୍ୟ କରିବୁ ।’ ସେ ଆହୁରି ମଧ୍ୟ କହିଛନ୍ତି, ‘ଏହା ତାଙ୍କ(ଆପ୍‌) ଦଳର ନିଷ୍ପତ୍ତି । ଗଣତନ୍ତ୍ରରେ ଚୂଡ଼ାନ୍ତ ନିଷ୍ପତ୍ତି କେବଳ ଜନତା ହିଁ ନେଇଥାନ୍ତି । ହରିଆଣା ଏବଂ ଜାମ୍ମୁ କାଶ୍ମୀରରେ ନିର୍ବାଚନ ହେଉଛି । ଏହି ଦୁଇ ରାଜ୍ୟରେ କଂଗ୍ରେସ ଏବଂ ଆମ ମେଣ୍ଟକୁ ସଂଖ୍ୟାଗରିଷ୍ଠତାରେ ଜିତିବ ।’

Get real time updates directly on you device, subscribe now.