Breaking: ବିଧାନସଭାରେ ଉତପାତ୍ କଲେ ତାରା, ଭାଙ୍ଗିଦେଲେ ସୁରମାଙ୍କ ମାଇକ୍

ଭୁବନେଶ୍ୱର: ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଦେଲେ ତାରା ବାହିନୀପତି । ଏସସି/ଏସଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କଲେ ତାରା ।

ନାରୀ ନିର୍ଯାତନା ଅଭିଯୋଗରେ ବିଧାନସଭା ଗୃହରେ କଂଗ୍ରେସର ହୋହଲ୍ଲା ଏବଂ ହଟ୍ଟଗୋଳ ଚାଲିଥିବାବେଳେ ଏ ପ୍ରକାର ବିଶୃଙ୍ଖଳା ଆଚରଣ ଦେଖିବାକୁ ମିଳିଛି ।

ନାରୀ ନିର୍ଯାତନା ରୋକିବା ଏବଂ ନାରୀ ସୁରକ୍ଷା ବାବଦରେ କଂଗ୍ରେସ ପକ୍ଷରୁ ୮ ତାରିଖ ଦିନ ପ୍ରତିବାଦ କରାଯାଇଥିଲା । ନାରୀ ସୁରକ୍ଷା ନେଇ କଂଗ୍ରେସ ୧୦ ତାରିଖରୁ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଗଣମାଧ୍ୟମକୁ ଜଣାଇଥିଲା ।

କାଲି ପର୍ଯ୍ୟନ୍ତ ଗୃହ ମୁଲତବୀ ।