CHARIDHAM

ଟଳମଳ ହେଲା ମୋହନଙ୍କ ଆସନ! ଅନାସ୍ଥା ପ୍ରସ୍ତାବ ପାଇଁ ବିଜେଡିର ସହଯୋଗ ଲୋଡ଼ିଲା କଂଗ୍ରେସ, ନବୀନଙ୍କୁ ଚାମ୍ବରରେ ଜମା ହେଲେ ବିଧାୟକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ବିଜେଡିର ସହଯୋଗ ଲୋଡ଼ିଛି କଂଗ୍ରେସ ଦଳ ।

ଏ ନିଷ୍ପତ୍ତି ପାଇଁ କଂଗ୍ରେସ ବିଜେଡିର ସହଯୋଗ ଲୋଡ଼ୁଥିବା କହିଲେଏ ଦଳିୟ ବିଧାୟକ ରାମଚନ୍ଦ୍ର କାଡାମ ।

ସେମାନେ ଅନାସ୍ଥା ଆଣିଲେ ଆମେ ସମର୍ଥନ କରିବୁ ବୋଲି କହିଥିଲେ । ଆମେ ଅନାସ୍ଥା ଆଣିଲେ ବିଜେଡିକୁ ସମର୍ଥନ ଦେବାକୁ ପୂର୍ବରୁ କହିଛୁ ।

ଏ ନେଇ ବିରୋଧୀ ଦଳ ମୁଖ୍ୟ ସାଚତକ ପ୍ରମିଳା ମଲ୍ଲିକ ଦେଇଛନ୍ତି ପ୍ରତିକ୍ରିୟା, କହିଛନ୍ତି କଂଗ୍ରେସ ଏ ନେଇ ଆଲୋଚନା କରିନି । ଆମେ ଆମ ପ୍ରସଙ୍ଗ ଉଠାଇବୁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷେ ବିରୋଧୀ ଦଳ ମୁଖ୍ୟ ନବୀନ ପଟନାୟକଙ୍କୁ ଭେଟିବା ପାଇଁ ତାଙ୍କ ଚାମ୍ବରରେ ଅପେକ୍ଷା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି ଏବଂ ଅନ୍ୟମାନେ ।