fbpx

”Why I killed Gandhi’ ଫିଲ୍ମକୁ ବ୍ୟାନ୍ କରିବା ନେଇ କଂଗ୍ରେସର ଜୋରଦାର୍ ଦାବି

ନୂଆଦିଲ୍ଲୀ: ଚଳିତ ମାସ ଶେଷରେ ରିଲିଜ୍ ହେବାକୁ ଯାଉଥିବା ”Why I killed Gandhi’ ଫିଲ୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଫିଲ୍ମକୁ ନେଇ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଏନସିପି ନେତା ଅମୋଲ୍ କୋହ୍ଲେ (ନାଥୁରାମ ଗଡସେର ଭୂମିକାରେ ରହିଛନ୍ତି)ଙ୍କ ଉପରେ ଆକ୍ରୋଶ ପ୍ରକାଶ କରିଛନ୍ତି କଂଗ୍ରେସ ଦଳର ମୁଖ୍ୟ । ବର୍ତ୍ତମାନ କଂଗ୍ରେସ ପକ୍ଷରୁ ଏହି ଫିଲ୍ମକୁ ମହାରାଷ୍ଟ୍ରରେ ବ୍ୟାନ୍ କରିବାକୁ ଦାବି କରାଯାଇଛି । ମହାରାଷ୍ଟ୍ରର ରାଜ୍ୟ କଂଗ୍ରେସ ମୁଖ୍ୟ ନାନା ପଟୋଲେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଏହି ଫିଲ୍ମକୁ ରିଲିଜ୍ କରିବାକୁ ଦେବ ନାହିଁ । ରବିବାର ଦିନ ସେ ଏହା ବି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଅନୁରୋଧ କରାଯାଇଛି ଯେ, ଏହି ଫିଲ୍ମ ଯେପରି ରାଜ୍ୟରେ ରିଲିଜ୍ କରାଯିବ ନାହିଁ ।

ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ଜାନୁଆରୀ ୩୦ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଜାନୁଆରୀ ୩୦ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏହାକୁ ରିଲିଜ୍ କରାଯିବା ନେଇ ଘୋଷଣା ହୋଇଛି । ତେବେ ଏଥିରେ ପୂର୍ବତନ ଏନସିପି ଅମୋଲ୍ କୋହ୍ଲେ ଏହି ଫିଲ୍ମରେ ନାଥୁରାମ ଗଡସେର ଭୁମିକା ନିଭାଉଛନ୍ତି । ଏହି କ୍ରମରେ କଂଗ୍ରେସ ମୁଖ୍ୟ ନାନା ପଟୋଲେ କହିଛନ୍ତି ଯେ, “ଯଦି ତୁମେ ଗାନ୍ଧିଜୀଙ୍କ ହତ୍ୟାକାରୀଙ୍କୁ ହିରୋ ବୋଲି ଦର୍ଶାଉଛ, ତେବେ ତାକୁ ଗ୍ରହଣ କରାଯିବ ନାହିଁ । ଆମ ଦେଶ ଗାନ୍ଧିଜୀଙ୍କୁ ଜଣେ ପଦପ୍ରଦର୍ଶକ ଭାବରେ ଜାଣିଛି । ବିଶ୍ୱବ୍ୟାପି ତାଙ୍କୁ ପୂଜା କରାଯାଉଛି । କଂଗ୍ରେସ ଏହି ଫିଲ୍ମକୁ ବିରୋଧ କରୁଛି । ତେଣୁ ଆମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଅନୁରୋଧ କରୁଛୁ ଯେ, ଫିଲ୍ମକୁ ମହାରାଷ୍ଟ୍ରରେ ବ୍ୟାନ୍ କରାଯାଉ ” ।

Get real time updates directly on you device, subscribe now.