fbpx
BSKY SKY
BSKY SKY

ଓଡ଼ିଶା ଭାସ୍କରର ମହାପ୍ରଭାବ: ଯଦୁମଣି ହଂସଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲେ ଡ଼ା ମୋନାଲି

BSKY

ସିନାପାଲି, (ଭାସ୍କର ନ୍ୟୁଜ୍‌): ଗତ ଦୁଇ ଦିନ ତଳେ ଓଡ଼ିଶା ଭାସ୍କର ଖବର ଖଗଜରେ ପ୍ରକାଶ ପାଇଥିଲା ଯଦୁମଣି ହଂସଙ୍କ ଚିକିତ୍ସା । ଏହା ପରେ ସହାୟତାର ହାତ ବଢ଼ାଇଛନ୍ତି ଡ଼ା ମୋନାଲି ପ୍ରିୟଦର୍ଶିନୀଙ୍କ। ଯନ୍ତ୍ରଣାରେ ଜୁଝୁଥିବା ଯଦୁମଣି ହଂସଙ୍କ ଘରେ ଦେଖିବାକୁ ଆସିଛନ୍ତି ଡ଼ା. ମୋନାଲି ।

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସାଗୁନଭାଡ଼ି ଗାଁର ବାପା ଭୁବନେଶ୍ୱର ହଂସ ଓ ମା’ ବୁଡୁ ହଂସଙ୍କ ଗୋଟିଏ ମାତ୍ରା ପୁଅ ଯଦୁମଣି ହଂସ । ବାପା ଆରପାରିକୁ ଚାଲିଯିବା ପରେ ବୁଢ଼ୀ ମା ଓ ସ୍ତ୍ରୀ ବିମଳା ହଂସ ସହିତ ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ସୁନାର ସଂସାର । ଯଦୁମଣିଙ୍କ ବାପା ଭୁବନେଶ୍ୱର ଚାଲିଯିବା ପରେ ସବୁ ବୋଝ ପଡ଼ି ଯାଇଥିଲା ଯଦୁମଣିଙ୍କ ଉପରେ । ଯଦୁମଣି ବୋଝ ସହି ପରିବାର ଚଳାଇ ଆସୁଥିଲେ । କିନ୍ତୁ ଭଗବାନକୁ ସେଟା ନାମଞ୍ଜୁର ଥିଲା ଓ ଆଜକୁ ୪ବର୍ଷ ହୋଇଗଲା ଚର୍ମ ରୋଗରେ ପୀଡିତ ହୋଇ ଶରୀର ଦୁର୍ବଳ ଯୋଗୁଁ ଏବେ ଶଯ୍ୟାଶାୟୀ । ରୋଜଗାର ବ୍ୟକ୍ତି ଯଦି ପଡ଼ିରହିବ ତାହେଲେ ଘର କେମିତି ଚଳିବ । ସରକାରୀ ସୁବିଧା କହିଲେ ଜଣକୁ ୫କେଜି ଲେଖାଏଁ ଚାଉଳ ଓ ବୁଢ଼ୀ ମା’ କୁ ପେନସନ । ଯଦୁମଣିଙ୍କ ଚିକିତ୍ସା ନିମନ୍ତେ ସ୍ତ୍ରୀ ଧାର କରଜ କରି ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୂଖ୍ୟ ଚିକିତ୍ସାଲୟ ପର୍ଯ୍ୟନ୍ତ ନେଇ ଚେଷ୍ଟା କଲେ । କିନ୍ତୁ ଭଲ ହେଲେନି ଯଦୁମଣି । ଶେଷରେ ନିରୁପାୟ ହୋଇ ଯଦୁମଣିଘଙ୍କ ଏଭଳି ରୋଗିଣା ଅବସ୍ଥା ଓ ଘର ଚଳାଇବାକୁ ଅସୁବିଧା ହେବାରୁ ସ୍ତ୍ରୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ନିଜର ୩ ଓ ୭ ବର୍ଷର ଛୁଆକୁ ନେଇ ଚାଲିଗଲେ । । ଅନ୍ୟପଟେ ଅସହାୟ ଯଦୁମଣିଙ୍କ ବିଷୟରେ ଓଡ଼ିଶା ଭାସ୍କରରେ ଖବର ପ୍ରକାଶିତ ହୋଇଥିଲା । ଏନେଇ ଆମେ ପହଞ୍ଚି ଥିଲୁ ସିନାପାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଡ଼ା ମୋନାଲି ପ୍ରିୟଦର୍ଶିନୀଙ୍କ ପାଖରେ । ଆମ ଠାରୁ ସବୁ ଶୁଣିଲା ପରେ ଯଦୁମଣିଙ୍କ ଚିକିତ୍ସା ଯଦି ଏଠି ହୋଇ ପାରିବ ତାହେଲେ ମୁଁ କହିବି ନହେଲେ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରି ଆଗକୁ ପଠେଇବି ବୋଲି ଡା. ମୋନାଲି କହିଛନ୍ତି । ଏଥିସହ ଆଜି ଯଦୁମଣୀଙ୍କ ଘରକୁ ଡ଼ା ମୋନାଲି ଯାଇ କିଛି ମେଡ଼ିସିନ୍‌ ଦେଇଛନ୍ତି । ଏଥିସହ ଆଗକୁ ଅଧିକ ମେଡିସିନ୍‌ ଦରକାର ହେଲେ ତାହାକୁ ମଧ୍ୟ ଯୋଗାଡ଼ କରାଯିବ ବୋଲି ଡା. ମୋନାଲି କହିଛନ୍ତି । ତେଣେ ଡ଼ା ମୋନାଲିଙ୍କ ଏଭଳି ଉତ୍ସର୍ଗୀକୃତ ସେବାଭାବ ଓ ମହାନତା କୁ ଦେଖି ଗ୍ରାମବାସି ମାନେ ମଧ୍ୟ ଭୂରି ଭୂରି ପ୍ରଶଂସା କରି କହିଛନ୍ତି ଯେ ଡ଼ାକ୍ତର ହେବତ ଏମିତି । ଅନ୍ୟପଟେ ଯନ୍ତ୍ରଣା ଭୋଗୁଥିବା ରୋଗୀ ଯଦୁମଣି ଡ଼ା ମୋନାଲି ଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶା ଭାସ୍କର କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି ।

Get real time updates directly on you device, subscribe now.