fbpx

କଂଗ୍ରେସ ହାଇକମାଣ୍ଡ ଦେଉନାହାନ୍ତି ଘରଭଡ଼ା: ବାକି ପଡ଼ିଛି ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ: ଦେଶରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ପରିବେଶ ଉଷ୍ମ ଥିବାବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ପଦାକୁ ଆସିଛି । କଂଗ୍ରେସର ଦଳର ଅଫିସ ଓ ସୋନିଆ ରହୁଥିବା ସରକାରୀ ଘରର ଭଡ଼ା ଦିଆଯାଇ ନଥିବା ନେଇ ଏକ ତଥ୍ୟ ଆରଟିଆଇ ମାଧ୍ୟମରେ ପର୍ଦ୍ଦାଫାସ ହୋଇଛି । ଏଥିସହ କଂଗ୍ରେସର କିଛି ବରିଷ୍ଠ ନେତା ମଧ୍ୟ ଘରଭଡ଼ା ପ୍ରଦାନ କରିନଥିବା ଆରଟିଆଇ ଆବେଦନର ଉତ୍ତରରେ କୁହାଯାଇଛି ।

ଜଣାପଡ଼ିଛି ଯେ, ସୋନିଆଙ୍କ ବ୍ୟକ୍ତିଗତ ସଚିବଙ୍କ ନୂଆଦିଲ୍ଲୀର ଚାଣ୍ୟପୁରୀରେ ଥିବା ବଙ୍ଗଳାର ଘରଭଡ଼ା ୫ ଲକ୍ଷରୁ ଅଧିକ ବକେୟା ପଡ଼ିଛି । ସେହିପରି ଦଳର ମୁଖ୍ୟ କାର୍ଯ୍ୟାଳୟର ଘରଭଡ଼ା ୧୨ ଲକ୍ଷରୁ ଅଧିକ ପଇଠ କରାଯାଇନାହିଁ । ଅନ୍ୟପଟେ ସୋନିଆଙ୍କ ନିଜ ବାସଭବନ ଉପରେ ୪ ହଜାରୁ ଅଧିକ ଟଙ୍କା ବାକି ପଡ଼ିଥିବା କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟର ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି ।

ସାଧାରଣ ଭାବେ ଜାତୀୟ ତଥା ରାଜ୍ୟ ରାଜନୈତକ ଦଳଗୁଡ଼ିକୁ ନିଜର କାର୍ଯ୍ୟାଳୟ ନିର୍ମାଣ ପାଇଁ ୩ ବର୍ଷ ସମୟ ଦିଆଯାଇଥାଏ । ଏହି ଅବଧି ପରେ ସେମାନଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଥାଏ । ତେବେ ୨୦୧୦ରୁ ୨୦୨୨ ମଧ୍ୟରେ କଂଗ୍ରେସ ସରକାରୀ ବଙ୍ଗଳା ଛାଡ଼ି ନଥିବା ଜଣାପଡ଼ିଛି । ଏନେଇ ଗତ ୯ ବର୍ଷ ହେଲା କଂଗ୍ରେସକୁ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଦିଆଯାଇଥିଲେ ହେଁ ଦଳ ଏହାକୁ କାର୍ଯ୍ୟକାରୀ କରିନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.