ଭୁବନେଶ୍ୱର: ବିଧାନସଭା ବାହାରେ କରାଯାଇଥିବା ବ୍ୟାରିକେଡ୍ ଭାଙ୍ଗି ଆସେମ୍ବ୍ଲି ମଧ୍ୟକୁ ପ୍ରବେଶ ଉଦ୍ୟମ ଚଳାଇଛି କଂଗ୍ରେସ । କଂଗ୍ରେସ ପ୍ରଦର୍ଶନକାରୀ ପ୍ରଥମ ବ୍ୟାରିକେଡ୍ ଭାଙ୍ଗିଦେଇଥିବା ସୂଚନା ।
ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ନାରାବାଜୀ କରି କଂଗ୍ରେସ ନିଜର ପ୍ରତିବାଦ ଜାରି ରଖିଛି ।
ରାମମନ୍ଦିର ପାଖରୁ କଂଗ୍ରେସକର୍ମୀ ପଦଯାତ୍ରା ଆରମ୍ଭ କରି ବର୍ତ୍ତମାନ ବିଧାନସଭା ବାହାରେ ପହଞ୍ଚିଛନ୍ତି । ବିଧାନସଭା ଘେରାଉ ନେଇ କଂଗ୍ରେସ ଡାକରା ଦେଇଥିବାବେଳେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହରେ ପ୍ରଶ୍ନକାଳ ଜାରି ରହିଛି ।
ଅପ୍ରିତିକର ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ଫୋର୍ସ ସବୁ ପ୍ରସ୍ତୁତ ହୋଇ ରହିଛନ୍ତି । ରାଜ୍ୟବ୍ୟାପୀ କଂଗ୍ରେସ କର୍ମୀ ଆଜି ଏକତ୍ରିତ ହୋଇଛନ୍ତି ।