ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଉ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି କଂଗ୍ରେସର ହଜାର ହଜାର ସମର୍ଥକ। ଆଉ ଏହି କାର୍ଯ୍ୟକ୍ରମର ମୂଳ ସ୍ଲୋଗାନ୍ ରହିଛି ସମ୍ୱିଧାନ ବଞ୍ଚାଅ।
ତେଣୁ ବିଜେପି ସରକାରକୁ ବିଭିନ୍ନ ପ୍ରକାର ପ୍ରସଙ୍ଗ ଉଠାଇ ଘେରିଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ। ଆଉ ସେପଟେ ରାହୁଲଙ୍କ ଭାଷଣକୁ ନେଇ ରାହୁଲଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର।
ଜୟନାରାୟଣ କହିଛନ୍ତି ସମ୍ୱିଧାନକୁ ଆମେ ବଞ୍ଚାଉଛୁ। ହେଲେ କଂଗ୍ରେସ ସମ୍ୱିଧାନକୁ ଧର୍ଷଣ କରିଥିଲା। ଯେତେବେଳେ କଂଗ୍ରେସ ସରକାର ଥିଲା, ସେତେବେଳେ ୩୭୦ ଧାରା ଲଗାଇ ରାଜ୍ୟ ଭିତରେ ପାର୍ଥକ୍ୟ ଆଣିଥିଲେ।
ହେଲେ ଆମ ସରକାର ଆସିବା ପରେ ଏହି ଧାରାକୁ ଉଠାଇ ବିଜେପି ସରକାର ସମାନତା ଆଣିଛନ୍ତି। ରାହୁଲଙ୍କ ଭାଷଣରେ କୌଣସି ତଥ୍ୟ ନାହିଁ। ପଞ୍ଚାୟତ ସ୍ତରର ନେତା ଭାଷଣ ଦେଲାଭଳି ଲାଗିଲା।