fbpx

‘ଆମ ରକ୍ତରେ ତିଆରି ହୋଇଥିଲା କଂଗ୍ରେସ’: ଗୁଲାମ ନବୀ ଆଜାଦ

କଂଗ୍ରେସର ପୂର୍ବ ନେତା ଗୁଲାମ ନବୀ ଆଜାଦ ରବିବାର ଜମ୍ମୁର ସୈନିକ କଲୋନୀରେ ଜନସଭାକୁ ସମ୍ବୋନ୍ଧିତ କରିଛନ୍ତି । ଏହି ସମୟରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି । ଆଜାଦ କହିଛନ୍ତି ଯେ କଂଗ୍ରେସ ଆମ ରକ୍ତରେ ତିଆରି ହୋଇଥିଲା, କମ୍ପ୍ୟୁଟର ଏବଂ ଟ୍ୱିଟରରେ ନୁହେଁ । ସେ କହିଛନ୍ତି, ଯେଉଁମାନେ ଆମକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, ତାଙ୍କର ସୀମା କେବଳ ଟ୍ୱିଟର, କମ୍ପ୍ୟୁଟର ଏବଂ ଏସଏମଏସ ପର୍ଯ୍ୟନ୍ତ ରହିଛି । ଏଥିପାଇଁ କଂଗ୍ରେସ ପୃଥିବୀରୁ ଗାଏବ ହୋଇଯାଇଛି ।

ନୂଆ ଦଳ ଗଢ଼ିବା ଉପରେ ପ୍ରତିକ୍ରିୟା ରଖି ଆଜାଦ କହିଛନ୍ତି ଯେ ଏପର୍ଯ୍ୟନ୍ତ ପାର୍ଟୀର ନାମ ନିଶ୍ଚିତ ହୋଇନାହିଁ । ଜମ୍ମୁ-କଶ୍ମୀରର ଲୋକେ ପାର୍ଟୀର ନାମ ଏବଂ ଦଳୀୟ ସଙ୍କେତ ନିଶ୍ଚିତ କରିବେ । ମୁଁ ନିଜ ପାର୍ଟୀକୁ ଏକ ହିନ୍ଦୁସ୍ତାନୀ ନାଁ ଦେବି ଯାହାକୁ ସମସ୍ତେ ବୁଝିପାରିବେ ।

ସୂଚନାଯୋଗ୍ୟ, କଂଗ୍ରେସ ଛାଡ଼ିବା ପରେ ଜମ୍ମୁ ରେ ଆଜାଦଙ୍କ ଏହା ପ୍ରଥମ ଜନସଭା । ଆଜି ସକାଳେ ସେ ଜମ୍ମୁରେ ଆଜାଦଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଆଜାଦ ନୂଆ ପାର୍ଟୀ ଗଠନ କରି ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.