ଚିକିତ୍ସା ବିଜ୍ଞାନର ଚମତ୍କାର, ମାଆ ମୃତ୍ୟୁର 10 ମିନିଟ ଭିତରେ ଜନ୍ମ ହେଲା ଜୀବିତ ଛୁଆ

ଭୁବନେଶ୍ବର: ହୃଦଘାତରେ ଚାଲିଗଲେ ଗର୍ଭବତୀ ମହିଳା । ତେବେ ପେଟରେ ରହିଥିବା ଛୁଆର ଯାଇନଥିଲା ଜୀବନ । ଚିକିତ୍ସା ବିଜ୍ଞାନର କମାଲ ବଳରେ ଡାକ୍ତରମାନେ ମୃତ ମାଆ ପେଟରୁ ଜୀବିତ ଛୁଆକୁ ବାହାର କରିଛନ୍ତି । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଏହି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁସାରେ, ଜଣେ 9 ମାସର ଗର୍ଭବତୀଙ୍କୁ ଯନ୍ତ୍ରଣା ହେବାରୁ ତାଙ୍କୁ 14 ତାରିଖ ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଏହାପରେ ପରିବାର ଲୋକେ ଭାଙ୍ଗି ପଡିଥିଲେ । ମହିଳାଙ୍କ ଅଲଟ୍ରାସାଉଣ୍ଡ କରିବା ପରେ ଛୁଆ ଜୀବିତ ରହିଥିବା ଜାଣିବାକୁ ପାଇଥିଲେ । ଏହାପରେ ସ୍ବାମୀଙ୍କ ଅନୁମତିରେ ମୃତ ମାଆର ଅସ୍ତ୍ରୋପଚାର କରିଥିଲେ । ଏହାପରେ ତାଙ୍କ ପେଟରୁ ଏକ ଜୀବୀତ ଛୁଆ ବାହାରିଥିଲା ।

ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବାରୁ ତାଙ୍କୁ ଅସଏନସିୟୁରେ ଭର୍ତ୍ତି କରିଥିଲେ। ତେବେ 10 ମିନିଟ ଭିତରେ ଡାକ୍ତର ଏହା କରିବାରେ ସଫଳ ହୋଇଛନ୍ତି । ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢିବାରେ ଲାଗିଛି ।