ନୂଆଦିଲ୍ଲୀ: ସମଗ୍ର ଦେଶରେ ନଭେମ୍ବର ୨୬ ତାରିଖକୁ ସମ୍ଵିଧାନ ଦିବସ ଭାବେ ପାଳନ କରାଯାଏ। ସାମ୍ବିଧାନିକ ମୂଲ୍ୟବୋଧର ପ୍ରୋତ୍ସାହନ ପାଇଁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ସମ୍ବିଧାନ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ରାଷ୍ଟ୍ରୀୟ ସମ୍ବିଧାନ ଦିବସକୁ ରାଷ୍ଟ୍ରୀୟ ଆଇନ ଦିବସ ଏବଂ ଭାରତୀୟ ସମ୍ବିଧାନ ଦିବସ ରୂପେ ବି ପାଳନ କରାଯାଏ। ଆସନ୍ତୁ ଜାଣିବା ଏହି ଦିବସ ବିଷୟରେ ବିସ୍ତୃତରେ…
ଦେଶର ସମ୍ବିଧାନ ସଭା ବର୍ତ୍ତମାନର ସମ୍ବିଧାନକୁ ବିଦ୍ଧିବଧ ଭାବେ ୧୯୪୯ ନଭେମ୍ବର ୨୬ରେ ସ୍ଵୀକାର କରିଥିଲା। ଏହାକୁ ସ୍ଵୀକାର କରାଯିବାର ଦୁଇ ମାସ ପରେ ଦେଶରେ ୧୯୫୦ ଜାନୁଆରୀ ୨୬ ତାରିଖରେ ଲାଗୁ କରାଯାଇଥିଲା। କିନ୍ତୁ ନଭେମ୍ବର ୨୬ରେ ଏହାକୁ ଦେଶ ସ୍ଵୀକାର କରିଥିବାରୁ ପ୍ରତିବର୍ଷ ନଭେମ୍ବର ୨୬ରେ ଦେଶରେ ସମ୍ବିଧାନ ଦିବସ ପାଳନ କରାଯାଏ।
କାହିଁକି ପାଳନ କରାଯାଏ ସମ୍ବିଧାନ ଦିବସ ?
ସାମ୍ବିଧାନିକ ମୂଲ୍ୟବୋଧର ପ୍ରଚାର ପ୍ରସାର ଏବଂ ଏହି ବିଷୟରେ ଜନତାଙ୍କୁ ସଚେତନ କରାଇବା ପାଇଁ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ୨୦୧୫ ନଭେମ୍ବର ୧୯ରେ ପ୍ରତି ବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନେଇଥିଲା। ଏହି ଦିନ ସ୍କୁଲ ଏବଂ କଲେଜମାନଙ୍କରେ ଭାରତର ସମ୍ଵିଧାନର ପ୍ରସ୍ତାବନା ବିଷୟରେ ପଢାଯାଏ। ଏହା ସହିତ ଭାରତୀୟର ସମ୍ବିଧାନର ବିଶେଷତ୍ଵ ଏବଂ ମହତ୍ଵ ଉପରେ ମଧ୍ୟ ଆଲୋଚନା କରାଯାଏ।
ଭାରତୀୟ ସମ୍ବିଧାନ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା
୧ – ୨୦୧୫ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ସେଥିପାଇଁ ଖାସ୍ ରହିଛି କାରଣ ସେହି ବର୍ଷ ସମ୍ବିଧାନର ନିର୍ମାତା ଡ. ବିଆର ଆମ୍ବେଦକରଙ୍କ ୧୨୫ତମ ଜନ୍ତ ଜୟନ୍ତୀ ଦେଶରେ ପାଳନ କରାଯାଉଥିଲା।
୨ – ଭାରତୀୟ ସମ୍ବିଧାନକୁ ବିଶ୍ଵର ସବୁଠୁ ଲମ୍ବା ଲିଖିତ ସମ୍ବିଧାନ କୁହାଯାଏ। ଅନେକ ଦେଶର ସମ୍ବିଧାନକୁ ଆପଣାଯାଇ ଭାରତର ସମ୍ବିଧାନ ଲେଖା ହୋଇଛି। ଏଥିପାଇଁ ଏହାକୁ Bag of Borrowings ମଧ୍ୟ କୁହାଯାଏ। ଏହାର ଅନେକ ଅଂଶ ୟୁକେ, ଆମେରିକା, ଜର୍ମାନୀ, ଆୟରଲାଣ୍ଡ, ଅଷ୍ଟ୍ରେଲିଆ, କାନାଡା ଏବଂ ଜାପାନର ସମ୍ବିଧାନରୁ ନିଆଯାଇଛି।
୩ – ଭାରତୀୟ ସମ୍ବିଧାନରେ ନାଗରିକଙ୍କ ମୌଳିକ ଅଧିକାର, କର୍ତ୍ତବ୍ୟ, ସରକାରଙ୍କ ଭୂମିକା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଏବଂ ଶକ୍ତି ବିଷୟରେ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ ରହିଛି।
୪ – ସମ୍ବିଧାନର ମୂଳ ଲେଖା ଟାଇପ୍ କିମ୍ବା ପ୍ରିଣ୍ଟେଡ୍ ନଥିଲା। ଏହାକୁ ପ୍ରେମ ନାରାୟଣ ରାୟଜାଦା ଲେଖିଥିଲେ। ସମ୍ବିଧାନକୁ କେଲିଗ୍ରାଫିରେ ଇଣ୍ଡେଲିକ ଅକ୍ଷରରେ ଲେଖାଯାଇଛି।
୫ – ସମ୍ବିଧାନର ମୂଳ କପି ୧୬ ଇଞ୍ଚ ଚଉଡା। ଏହାକୁ ୨୨ ଇଞ୍ଚର ଲମ୍ବା ପ୍ରେଚମେଣ୍ଟ ସିଟ୍ ଉପରେ ଲେଖା ହୋଇଛି। ଏହାର ମୋଟ୍ ପୃଷ୍ଠା ସଂଖ୍ୟା ୨୫୧ ରହିଛି। ପୂରା ସମ୍ବିଧାନ ପ୍ରସ୍ତୁତ ପାଇଁ ୨ ବର୍ଷ, ୧୧ ମାସ ଏବଂ ୧୮ ଦିନର ସମୟ ଲାଗିଥିଲା। ୧୯୪୯ ନଭେମ୍ବର ୨୬ରେ ଏହା ପୂରା ହୋଇଥିଲା ଏବଂ ୧୯୫୦ ଜାନୁଆରୀ ୨୬ରେ ଲାଗୁ କରାଯାଇଥିଲା।
୬ – ସମ୍ବିଧାନର ଅସଲି କପି ହିନ୍ଦୀ ଏବଂ ଇଂରାଜୀ ଦୁଇ ଭାଷାରେ ଲେଖା ଯାଇଥିଲା। ୨୯୫୦ ଜାନୁଆରୀ ୨୪ରେ ସମ୍ବିଧାନ ସଭାରେ ୨୮୪ ସଦସ୍ୟ ଏହା ଉପରେ ହସ୍ତାକ୍ଷର କରିଥିଲେ। ଏଥିରେ ୧୫ ମହିଳା ସାମିଲ୍ ଥିଲେ।
୭ – ଭାରତୀୟ ସମ୍ବିଧାନରେ ୩୯୫ ଅନୁଚ୍ଛେଦ, ୨୨ ଖଣ୍ଡ ଏବଂ ଆଠ ସୂଚୀ ସାମିଲ୍। ହେଲେ ବର୍ତ୍ତମାନ ସମ୍ବିଧାନରେ ୪୭୦ ଅନୁଚ୍ଛେଦ, ୨୫ ଖଣ୍ଡ ଏବଂ ୧୨ ଅନୁସୂଚୀ ସହିତ ୫ ପରିଶିଷ୍ଟ ମଧ୍ୟ ରହିଛି।
୮ – ସମ୍ବିଧାନରେ ମୋଟ୍ ୧,୪୫,୦୦୦ ଶବ୍ଦ ରହିଛି। ଏହାକୁ ଅନ୍ତିମ ରୂପ ଦେବା ପୂର୍ବରୁ ୨୦୦୦ରୁ ଅଧିକ ଥର ସଂଶୋଧନ କରାଯାଇଥିଲା।
୯ – ଭାରତୀୟ ସମ୍ବିଧାନର ମୂଳ ସରଞ୍ଚନା ଭାରତ ସରକାର ଅଧିନିୟମ,୧୯୩୫ ଉପରେ ଆଧାରିତ।
୧୦ – ଡ. ଭୀମରାଓ ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର ରଚୟିତା କୁହାଯାଏ। ଭାରତର ପ୍ରଥମ ଆଇନ ମନ୍ତ୍ରୀ ଡ. ଆମ୍ବେଦକର ସମ୍ବିଧାନ କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ।