fbpx

କଟକରେ ପୁଣି କଣ୍ଟେନମେଣ୍ଟ ଜୋନ୍

କଟକ,୨୮ ।୬(ଓଡିଶା ଭାସ୍କର): କଟକ ସିଡିଏ ସେକ୍ଟର-୯ର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ୩୮ଟି କୋଠା ଘରକୁ କଣ୍ଟେନମେଣ୍ଟ ଜୋନରେ ରଖିଛି ସିଏମସି । ତେବେ ପୂର୍ବରୁ ଏହି ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତ ଜଣକ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କର ଠାବ ଶେଷ ନହେବା ଯାଏ ସେଠାରେ କଣ୍ଟେନମେଣ୍ଟ ଜୋନ୍ ରହିବ ।

ତେବେ ଗତକାଲି ସେହି ଅଞ୍ଚଳରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ ବଡମ୍ବା ଥାନା ଅଧିକାରୀ । ଏନେଇ ସିଏମସି ଡେପୁଟି କମିସନର ଅବିନାଶ ରାଉତ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.