fbpx
BJD SKY
BJD SKY

Youtubeରେ ରୋଜଗାର କରିବାର ସୁବର୍ଣ୍ଣ ସୁଯୋଗ! ଏହି ନୂଆ ଫିଚରର ଫାଇଦା ଉଠାଇପାରିବେ କେଣ୍ଟେଣ୍ଟ କ୍ରିଏଟର୍ସ

BJD

ନୂଆଦିଲ୍ଲୀ: ଗୁଗୁଲର ମାଲିକାନା ଭିଡିଓ କଣ୍ଟେଣ୍ଟ ପ୍ଲାଟଫର୍ମ ୟୁଟ୍ୟୁବ ଏକ ନୂତନ ମନିଟାଇଜେସନର ଫିଚରର ଘୋଷଣା କରିଛି । ଏହି ନୂଆ ଫିଚରରୁ କ୍ରିଏଟର୍ସଙ୍କ ରୋଜଗାର ବଢିବାକୁ ଯାଉଛି । ଏହି ଫିଚରର ଲାଭ ପ୍ଲାଟଫର୍ମ ଉପରେ ଫଣ୍ଡକାଷ୍ଟ ବନାଉଥିବା କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ହେବ । ଏହି ନୂଆ ଫିଚର ସାହାଯ୍ୟରେ ଏବେ ପୋଡକାଷ୍ଟ ଏବଂ ବ୍ରାଣ୍ଡେଡ କଣ୍ଟେଣ୍ଟକୁ ୟୁଟ୍ୟୁବରେ ସେୟାର କରିବାର ପରିସର ବଢିବାକୁ ଯାଉଛି ।

ପୋଡକାଷ୍ଟ ଖୁବ ଶୀଘ୍ର ଏବଂ ଅତି କମ ସମୟରେ ଲୋକପ୍ରିୟ ହୋଇଛି । ଏଥିରେ ଲୋକଙ୍କୁ କୌଣସି ବିଷୟରେ ବିସ୍ତାରରେ ଯିବାକୁ ସୁଯୋଗ ମିଳୁଛି । ଏଥିସହ ଦର୍ଶକ ଏବଂ ସ୍ରୋତାଙ୍କୁ କୌଣସି ଏକ ଖାସ ବିଷୟରେ ରୁଚି ବଢିୁଛି । ଏବେ ଏହି ପୋଡକାଷ୍ଟକୁ ୟୁଟ୍ୟୁବ ବହୁ ପ୍ଲାଟଫର୍ମ ଉପରେ ସେୟାର କରିବାର ବିକଳ୍ପ ଦେଉଛି ଯେଉଁଥିରେ କ୍ରିଏଟର୍ସଙ୍କ ପାଇଁ ସହଜ ହୋଇଯିବ ।

ୟୁଟ୍ୟୁବରେ ଥିବା କଣ୍ଟେଣ୍ଟ କ୍ରିଏଟର୍ସ ଏବେ ନିଜ ପୋଡକାଷ୍ଟକୁ କେବଳ ୟୁଟ୍ୟୁବରେ ନୁହେଁ ବରଂ ୟୁଟ୍ୟୁବ ମ୍ୟୁଜିକରେ ମଦ୍ୟ ପବ୍ଲିସ କରିପାରିବ । ଏହିପରି ଭାବେ କ୍ରିଏଟର୍ସଙ୍କ ପାଇଁ ୟୁଟ୍ୟୁବ ମ୍ୟୁଜିକରେ ମଧ୍ୟ ରୋଜଗାର ର ରାସ୍ତା ବାହାରିଯିବ । ୟୁଟ୍ୟୁବ ମ୍ୟୁଜିକରେ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଖରେ ନିଜ ଅଡିଓର ପାସପୋର୍ଟକୁ କୋଟି କୋଟି ୟୁଜର୍ସ ପର୍ଯ୍ୟନ୍ତ ପହଁଚାଇବାର ସୁଯୋଗ ପାଇବେ ।

Get real time updates directly on you device, subscribe now.