fbpx

କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି

ଭୁବନେଶ୍ୱର, ୪ ।୩(ଓଡିଶା ଭାସ୍କର): ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଜଣାପଡିଛି । ତେବେ କେନ୍ଦ୍ରପଡାରେ ୧୨ ମିଲିୟନ ଟନ୍ କ୍ଷମତା ସମ୍ପନ୍ନ ଇସ୍ପାତ କାରଖାନା ହେବ । ୫୦ ହଜାର କୋଟି ଟଙ୍କା ବିନିଯୋଗରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏନେଇ ଲୋକସେବା ଭବନରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଲ ଏନ ମିତ୍ତଲଙ୍କ ଉପସ୍ଥିତିରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ତେବେ ଏହି ଚୁକ୍ତି ଦ୍ଵାରା ରାଜ୍ୟର ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସହ ଅନେକ ଲୋକଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.