fbpx

କୁଜଙ୍ଗ ଡବଲ ମର୍ଡର ଘଟଣାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

Advertisement

ଭୁବନେଶ୍ୱର: ପାରାଦୀପ କୁଜଙ୍ଗ ଏକ୍ସପ୍ରେସ କଲୋନୀରେ ଦୁଇ ମହିଳାଙ୍କୁ ହତ୍ୟା କରିଥିବା ଘଟଣାରେ ଦୋଷୀଙ୍କୁ ଆଜୀବନ ଦଣ୍ଡିତ କରାଯାଇଛି । ୨୦୨୩ ମସିହାରେ ହୋଇଥିବା ବଡଧରଣର ବିଭତ୍ସ ହତ୍ୟାକାଣ୍ଡରେ ସାରା ରାଜ୍ୟରେ ଚହଳ ପଡିଥିଲା । ଏହି ଘଟଣା ସାମିଲ ଥିବା ଦୋଷୀ କାଳିଆ ଓରଫ ଜ୍ୟୋତିପ୍ରକାଶ ବିରୁଦ୍ଧରେ ଏକ ମାମଲା ଥାନାରେ ରୁଜୁ କରାଯାଇଥିଲା । ଆଜି ଏହି ମାମଲାର କୋର୍ଟ ଶୁଣାଣିରେ ୨ ଜଣ ମହିଳାଙ୍କୁ ଖଣ୍ଡାରେ ହାଣି ମାରିଥିବା କାରଣରୁ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ରାୟରେ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡ ସଜା ଶୁଣାଇଛନ୍ତି ।

Get real time updates directly on you device, subscribe now.