fbpx

ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ: ୩ ମହାନଗର ମେୟର ସହ ୧୦୫ ମ୍ୟୁନିସିପାଲିଟି ଓ ଏନ୍‌ଏସିରୁ ୭୩ ଆସନରେ ବାଜିମାତ କଲା ବିଜେଡି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ପୌର ନିର୍ବାଚନରେ ବିଜୁ ଜନତାଦଳର ଐତିହାସିକ ବିଜୟ ହୋଇଛି । ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡିକୁ ରାଜ୍ୟବାସୀ ବିପୁଳ ସମର୍ଥନ ଦେଇଛନ୍ତି । ୩ ମହାନଗର ନିଗମରେ ବିଜେଡି ବାଜିମାତ କରିଥିବାବେଳେ ୧୦୫ ମ୍ୟୁନିସିପାଲିଟି ଓ ଏନଏସି ଅଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବିଜେଡି ବାଜିମାତ କରିଛି । ୧୦୫ ଆସନ ମଧ୍ୟରୁ ବିଜେଡି ଏକାକୀ ୭୩ ଆସନରେ ବିଜ ୟଲାଭ କରିଥିବା ବେଳେ ବିଜେପି ୧୭, କଂଗ୍ରେସ ୭ ଓ ଅନ୍ୟମାନେ ୯ଟି ଆସନରେ ବିଜୟଲାଭ କରିଛନ୍ତି । ଏହି ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ।

ଗାଁ ଭୋଟରଙ୍କ ପାଇଁ ସହରୀ ଭୋଟର ମଧ୍ୟ ବିଜେଡି ଉପରେ ଭରସା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା ଓ ସ୍ୱଚ୍ଛ ତଥା ନିର୍ମଳ ଶାସନ ରାଜ୍ୟବାସୀଙ୍କ ହୃଦୟକୁ ଛୁଇଁ ।ରିଛି ବୋଲି ଏହି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯାଇଛି । ବିଜେଡିର ବିକାଶଧାରା ଉପରେ ସହରବାସୀ ପୁଣିଥରେ ଆସ୍ଥାପ୍ରକଟ କରିଛନ୍ତି । ଭୁବନେଶ୍ୱର ମେୟର ପଦବୀ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାସ ୧ଲକ୍ଷ ୭୪ ହଜାର ୫୬୨ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସୁନୀତି ମୁଣ୍ଡ୍‌ ୧ଲକ୍ଷ ୧୩ ହଜାର ୪୧୯ ଓ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ୧୧ ହଜାର ୬ ଖଣ୍ଡ ଭୋଟ ପାଇଛନ୍ତି ।

ସେହିପରି କଟକ ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସୁବାଷ ସିଂ ୧ ଲକ୍ଷ ୧୬ ହଜାର ୭୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଗିରିବାଳା ବେହେରା ୬୧ ହଜାର ୪୬୨ ଓ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୪୨ ହଜାର ୧୮୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।ସେହିପରି ବ୍ରହ୍ମୁର ମହାନଗର ନିଗମ ବିଜେଡିର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦ହଜାର ୨୮୬ ଭୋଟ ବ୍ୟବଧାନରେ ବିଜୟଲାଭ କରିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟର ୧୦୫ ମ୍ୟୁନିସିପାଲିଟି ଓ ଏନଏସି ଅଧ୍ୟକ୍ଷ ପଦବୀ ପାଇଁ ଫଳାଫଳ ଘୋଷଣା କରାଯାଇଛି । ପଞ୍ଚାୟତ ଭଳି ପୌର ନିର୍ବାଚନରେ ମଧ୍ୟ ଶାସକ ବିଜୁ ଜନତା ଦଳର ବଡ଼ ବିଜୟ ହୋଇଛି । ରାଜ୍ୟର ୧୦୫ଟି ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦ (ଏନ୍‌ଏସି) ମଧ୍ୟରୁ ବିଜେଡି ୭୩ଟି ସ୍ଥାନରେ ବିଜୟୀ ହୋଇଛି । ବିଜେପି ୧୬ ଓ କଂଗ୍ରେସ ୭ ଜଣ ପ୍ରାର୍ଥୀ ପୌର ଅଧ୍ୟକ୍ଷ ପଦବୀ ହାସଲ କରିଛନ୍ତି । ସେହିଭଳି ୯ ଜଣ ଅନ୍ୟ ଦଳ ଅଥବା ସ୍ୱାଧୀନ ପ୍ରାର୍ଥୀ ପୌରାଧ୍ୟକ୍ଷ ପଦବୀରେ ବିଜୟୀ ହୋଇଛନ୍ତି । ଅନୁଗୁଳର ୩ ପୌରାଞ୍ଚଳର ୩ ଟି ଯାକ ବିଜେଡି ହାତକୁ ଯାଇଛି । ସେହିପରି ବାଲେଶ୍ୱରର ୫ ଟି ଆସନରୁ ୪ ଟି ବିଜେଡି ଏବଂ ଗୋଟିଏ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବରଗଡ ଜିଲ୍ଲାର ୪ ଟି ଆସନରୁ ୩ଟି ବିଜେଡି ଓ ଗୋଟିଏ ସ୍ୱାଧୀନ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଭଦ୍ରକର ୪ ଟି ପୌରାଞ୍ଚଳ ଆସନ ମଧ୍ୟରୁ ୩ ଟିର ଫଳାଫଳ ଆସିଛି । ସେଥିରୁ ୨ ଟି ରେ ବିଜେଡି କବଜା କରିଥିବା ବେଳେ ଗୋଟିଏ ସ୍ୱାଧୀନ ହାତକୁ ଯାଇଛି । ବଲାଙ୍ଗୀର ଜିଲ୍ଲାର ୫ ଟି ଆସନରୁ ୩ ଟିରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ବିଜେପି ଓ କଂଗ୍ରେସ ହାତକୁ ଗୋଟିଏ ଲେଖାଏଁ ଆସନ ଯାଇଛି । ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଧ୍ୟକ୍ଷ ବିଜେଡି ସପକ୍ଷରେ ଯାଇଛି ।

କଟକର ମଧ୍ୟ ସମସ୍ତ ପୌରାଞ୍ଚଳ ପଦବୀ ବିଜେଡି ଖାତାକୁ ଯାଇଛି । ଦେବଗଡର ଏକମାତ୍ର ପୌରାଧ୍ୟକ୍ଷ ପଦବୀ ବିଜେଡି ହାତରେ ରହିଛି । ଗଞ୍ଜାମ ଜିଲ୍ଲାରେ ମୋଟ ୧୮ଟି ପୌରାଞ୍ଚଳ ରହିଥିବା ବେଳେ ୧୨ ଟି ଅଧ୍ୟକ୍ଷ ପଦ ବିଜେଡି ହାତକୁ ଯାଇଛି । ସେହିରି ୩ ଟି ବିଜେପି , କଂଗ୍ରେସ ଓ ୱ ସ୍ୱାଧୀନ ଗୋଟିଏ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ଗଜପତି ଜିଲ୍ଲାର ୨ ଟି ପୌରାଞ୍ଚଳର ଅଧ୍ୟକ୍ଷ ପଦ ବିଜେଡି ସମକ୍ଷରେ ଯାଇଛି । ଜଗତସିଂହପୁରର ୨ ଟି ପୌରାଧ୍ୟକ୍ଷ ଆସନ ମଧ୍ୟରୁ ଗୋଟିଏ କଂଗ୍ରେସ ଓ ଗୋଟିଏ ବିଜେଡି ହାତକୁ ଯାଇଛି । ଯାଜପୁର ଜିଲ୍ଲାର ଦୁଇଟି ଯାକ ପୌରାଧ୍ୟକ୍ଷ ଆସନ ବିଜେଡି ସପକ୍ଷରେ ଯାଇଛି । ଝାରସୁଗୁଡା ଜିଲ୍ଲାର ଦୁଇଟି ଆସନ ମଧ୍ୟରୁ ବିଜେଡି ଓ କଂଗ୍ରେସ ଗୋଟିଏ ଗୋଟିଏରେ ବିଜୟୀ ହୋଇଛନ୍ତି । ସେହିରି କଳାହାଣ୍ଡିର ୪ ଟି ପୌରାଞ୍ଚଳ ଅଧ୍ୟକ୍ଷ ପଦରୁ ବିଜେଡି ଓ ବିଜେପି ୨ ଟି ଲେଖାଏଁ ଆସନ ହାତେଇଛନ୍ତି । କନ୍ଧମାଳ ଜିଲ୍ଲାର ୩ ଟି ପୌରାଧ୍ୟକ୍ଷ ଆସନରୁ ୨ ଟି ବିଜେଡି ଓ ଗୋଟିଏ ବିଜେପି ହାତକୁ ଯାଇଛି । କେନ୍ଦ୍ରାପଡାର ୨ ଟି ଯାକ ଆସନ ବିଜେଡି ବିଜୟ ହାସଲ କରିଛନ୍ତି । କେନ୍ଦୁଝରର ୫ ଟି ଆସନରୁ ୪ ଟି ବିଜେଡି ଗୋଟିଏ ବିଜେପି ହାତକୁ ଯାଇଛି । ଖୋର୍ଦ୍ଧାର ସମସ୍ତ ୫ ଟି ଆସନ ବିଜେଡି ଖାତାକୁ ଯାଇଛି । କୋରାପୁଟ ଜିଲ୍ଲାର ୪ ଟି ଆସନରୁ ଗୋଟିଏ ବିଜେଡି ,୨ ଟା କଂଗ୍ରେସ ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ମାଲକାନଗିରିର ୨ ଟି ଆସନରୁ ବିଜେଡି ଓ ବିଜେପି ଗୋଟିଏ ଲେଖାଏଁ ଆସନ ପାଇଛନ୍ତି । ମୟୁରଭଂଜର ୪ ଟି ଆସନରୁ ବିଜେଡି ୩ ଟି ଓ ଗୋଟିଏରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ନବରଙ୍ଗପୁରର ୨ ଟି ପୌରାଞ୍ଚଳ ଅଧ୍ୟକ୍ଷ ପଦରୁ ଗୋଟିଏ ବିଜେଡି ଓ ଗୋଟିଏ ବିଜେପି ହାତକୁ ଯାଇଛି ।

ନୟାଗଡର ୪ ଟି ପୌରାଧ୍ୟକ୍ଷ ପଦବୀରୁ ୨ ଟି ବିଜେଡି ଓ ୨ ଟି ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ନୂଆପଡାରେ ୩ ଟି ପୌରାଧ୍ୟକ୍ଷ ପଦରୁ ଗୋଟିଏ ବିଜେପି , ଗୋଟିଏ କଂଗ୍ରେସ ଓ ଗୋଟିଏ ସ୍ୱାଧୀନ ଆହତକୁ ଯାଇଛି । ପୁରୀରେ ୩ଟି ଯାକ ଆସନରେ ବିଜେଡି ବାଜିମାତ୍‌ କରିଛି । ରାୟଗଡା ଜିଲ୍ଲାର ୩ଟି ଆସନରୁ ୨ ଟି ବିଜେଡି ଓ ଗୋଟିଏ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସମ୍ବଲପୁରର ୨ ଟି ଆସନରୁ ବିଜେଡି ଓ ବିଜେପି ଗୋଟିଏ ଲେଖାଏଁ ଆସନ ଅକ୍ତିଆର କରିଛନ୍ତି । ସୁବର୍ଣ୍ଣୁରର ୩ ଟି ଯାକ ଆସନ ବିଜେଡି କାତାକୁ ଯାଇଛି । ସୁନ୍ଦରଗଡ ଜିଲ୍ଲାର ୩ ଟି ପୌରାଞ୍ଚଳ ଅଧ୍ୟକ୍ଷ ପଦବୀରୁ ୨ଟା ବିଜେଡି ଓ ଗୋଟିଏରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ ଏହି ଫଳାଫଳକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆମେ ଜନମତକୁ ସମ୍ମାନ ଜଣାଉଛୁ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେପିକୁ ସମର୍ଥନ କରିଥିବା ରାଜ୍ୟର ମତଦାତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ନିର୍ବାଚନରେ ଦଳର କାର୍ଯ୍ୟକର୍ତ୍ତାମାନେ ଅକ୍ଳାନ୍ତ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍‌ କରିଛନ୍ତି ଯେ, ଗଣତନ୍ତ୍ରରେ ନିର୍ବାଚନ ଆମକୁ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେବା ସହ ଏକ ସୁସ୍ଥ ସମାଜ ଗଠନ କରିଥାଏ । “ସବକା ସାଥ-ସବକା ବିକାଶ” ହେଉଛି ମୋଦି ସରକାରଙ୍କ ମୂଳ ମନ୍ତ୍ର । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମୋଦି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ମାଧ୍ୟମରେ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବୁ । ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆମ କାର୍ଯ୍ୟକର୍ତ୍ତାଙ୍କ ପ୍ରୟାସ ଜାରୀ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି ।

Get real time updates directly on you device, subscribe now.