fbpx

ଅଜବ ଫାଇନ୍ କାଟିଲେ ଆର୍‌ଟିଓ, ବାଇକ୍‌ରେ ସିଟ୍‌ ବେଲ୍ଟ ପିନ୍ଧି ନଥିବାରୁ ଘରକୁ ଆସିଲା ୧୦୦୦ଟଙ୍କାର ଜରିମାନା ନୋଟିସ୍

ରାଇଘର,(ଭାସ୍କର ନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପାରୂଆ ପଂଚାୟତର ବିପ୍ଳବ ମଣ୍ଡଳ ନାମରେ ଚଣ୍ଡିଖୋଲ ଆର୍‌ ଟି ଓ ଅଫିସରୁ ସିଟ୍‌ ବେଲ୍ଟ ପିନ୍ଧି ନଥିବା ନେଇ ନୋଟିସ ଆସିଥିବା ବାଇକ୍‌ ମାଲିକ ଜଣାଇଛନ୍ତି ।

ପ୍ରକାଶ ଥାଉ କି ବୁଲେଟ ବାଇକ୍‌ ନମ୍ବର (ଓଡି- ୨୬-ସି ୮୩୦୦) ଗାଡ଼ି ବାଇକ୍‌ ହୋଇଥିବା ବେଳେ ଚଣ୍ଡିଖୋଲ ଆର୍‌ ଟି ଓ କେମିତି ବାଇକ୍‌ ଗାଡ଼ିକୁ ସିଟ୍‌ ବେଲ୍ଟ ପିନ୍ଧି ନଥିବା କହି ଫାଇନ କାଟି ନୋଟିସ କରିଛନ୍ତି । ତାହା ବାଇକ୍‌ ମାଲିକ୍‌ ଜଣାଇଛନ୍ତି । ତା ସହ ସେହି ବାଇକ୍‌ ନମ୍ବରରେ କାହାର କାର ନମ୍ବର ଅଛି ନା କିଏ ସେହି ବାଇକ୍‌ ନମ୍ବରକୁ କୌଣସି ବ୍ୟକ୍ତି ଗଫଲତ କରି ସେହି ନମ୍ବରରେ କାର ନମ୍ବର ଲେଖି ବୁଲୁଛନ୍ତି ତାହା ଜୈନିକ ବାଇକ୍‌ ମାଲିକ ଅଭିଯୋଗ କରିଛନ୍ତି।  କେମିତି ମୋର ବାଇକ୍‌ କୁ କାର ଭାବି ୧୦୦୦ ଟଙ୍କା ଫାଇନ କରାଗଲା ସେ ନେଇ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି । ତା ସହ ମୋର ବାଇକ୍‌ ବାହାରେ ବିଲକୁଲ ଯାଉ ନାହିଁ ବୋଲି ବିପ୍ଳବ କହିଛନ୍ତି ।

Get real time updates directly on you device, subscribe now.