Breaking: ମାଟ୍ରିକ ପରୀକ୍ଷାରେ କପି: Copy କରୁଥିବା ପିଲାଙ୍କୁ ଧରିଲା AI କ୍ୟାମେରା

କଟକ: କପି କରିବାବେଳେ ଆଜି ଧରାପଡ଼ିଛନ୍ତି ୮ ପରୀକ୍ଷାର୍ଥୀ । ଏଆଇ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଜରିଆରେ ଧରାପଡ଼ିଲେ କପି କରୁଥିବା ଛାତ୍ର ।

ଏଆଇ କ୍ୟାମେରା ଦ୍ୱାରା କପି କରୁଥିବା ପିଲାଙ୍କୁ ଧରିଥିବା କହିଲେ ବୋର୍ଡ କର୍ତ୍ତୃପକ୍ଷ ।

ଚଳିତବର୍ଷ ମାଟ୍ରିକ ପାରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ତରଫରୁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ପ୍ରଥମ ଦିନ ମାତୃଭାଷା ଥିବାବେଳେ ଆଜି ପିଲାଙ୍କର ଦ୍ୱିତୀୟ ଦିନ ପରୀକ୍ଷା ଥିଲା । ଯେଉଁଥିରେ ଇଂରାଜୀ ବିଷୟର ପରୀକ୍ଷା ଥିଲା ।

ପରୀକ୍ଷା ହଲରେ କପି କରୁଥିବା ୮ ଜଣ ପିଲାଙ୍କୁ ଧରିଛି ଏଆଇ କ୍ୟାମେରା । ସେମାନଙ୍କ ଚିହ୍ନଟ କରି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବ ବୋର୍ଡ । କିନ୍ତୁ ଏ ସମ୍ପର୍କରେ ବିଶେଷ ସୂଚନା ଦିଆଯାଇ ନ ଥିବାବେଳେ ଆଗାମୀ ଦିନରେ ଏ ନେଇ ବୋର୍ଡ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଛି ।